ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ସଡକ୍ ୨’ କୁ ନେଇ ବିବାଦ ଦେଖାଦେଇଛି। ଫିଲ୍ମର ପୋଷ୍ଟର ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ ହୋଇଛି।
ଜଣେ ସାମାଜିକ କର୍ମୀ ଓ ଜଣେ ଓକିଲ ଫିଲ୍ମ ନିର୍ମାତା ମହେଶ ଭଟ୍ଟ, ମୁକେଶ ଭଟ୍ଟ ଓ ଆଲିଆ ଭଟ୍ଟଙ୍କ ନାମରେ ମାମଲା ଦାଏର କରିଛନ୍ତି। ଆଇପିସି ଧାରା ୨୯୫ ଏ (ଜାଣିଶୁଣି ଧାର୍ମିକ ଭାବନାକୁ ଆଘାତ ଦେବା) ଏବଂ ୧୨୦ ବି (ଅପରାଧିକ ଷଡ଼ଯନ୍ତ୍ର)ରେ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେପ୍ଟେମ୍ବର ୮ ତାରିଖରେ ଏହି ମାମଲାର ଶୁଣାଣି ହେବ।
ମହାରାଜଗଞ୍ଜ ଜିଲ୍ଲାର ନିବାସୀ ତଥା ଓକିଲ ବିନୟ ପାଣ୍ଡେ ‘ସଡକ ୨’ ଫିଲ୍ମର ପୋଷ୍ଟରକୁ ଆପତ୍ତିଜନକ ଦର୍ଶାଇ କହିଛନ୍ତି, ଏଥିରେ କୈଳାସ ପର୍ବତର ଫଟୋ ରହିଛି, ଯାହାକୁ ହିନ୍ଦୁଙ୍କ ଭଗବାନ ଶିବଙ୍କର ନିବାସସ୍ଥଳ ବୋଲି କୁହାଯାଇଥାଏ। କିନ୍ତୁ ଦୁର୍ଭାଗ୍ୟର ଏହି ପୋଷ୍ଟରରେ କୈଳାସ ପର୍ବତର ଫଟୋ ଅପେକ୍ଷା ଫିଲ୍ମର ନାମ ଓ ଏହାର ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ ଓ ନିର୍ମାତାଙ୍କ ନାମକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସେମାନଙ୍କ ନାମକୁ କୈଳାସ ପର୍ବତର ଉପରେ ଲେଖାଯାଇଛି। ଆଉ ଏହା ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି।
ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ପରେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କୁ ସୋଶାଲ ମିଡିଆରେ ଟ୍ରୋଲ କରାଯାଉଛି। ମହେଶ ନେପୋଟିଜମକୁ ପ୍ରଶୟ ଦେଉଥିବା ଅଭିଯୋଗ ହୋଇଛି।
The post ମହେଶ ଭଟ୍ଟଙ୍କ ନାଁରେ ମାମଲା ରୁଜୁ appeared first on Odisha Reporter.
from Odisha Reporter https://ift.tt/2ZkX9b1
No comments:
Post a Comment