ଇସଲାମାବାଦ: ଟିକଟକ୍ ସମେତ ୫୯ଟି ଚାଇନିଜ ଆପକୁ ବ୍ୟାନ କରିଛି ଭାରତ। ଏହି ଧାରାରେ ଆମେରିକା ମଧ୍ୟ ଖୁବଶୀଘ୍ର ଚୀନ ଆପ ଉପରେ ସମାନ ପ୍ରତିବନ୍ଧକ ଲଗାଇବ ବୋଲି ଜଣାପଡ଼ିଛି। ହେଲେ ଏହାରି ଭିତରେ ଚୀନର ସହଯୋଗୀ ଦେଶ ପାକିସ୍ତାନର ଶାସକ ଦଳର ସାଂସଦ ଚୀନ ଆପକୁ ବ୍ୟାନ କରିବାକୁ ଦାବି କରିଛନ୍ତି। ଚୀନ ଏବଂ ପାକିସ୍ତାନ ମଧ୍ୟରେ ସୁସମ୍ପର୍କ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଦଳର ସାଂସଦ ଟିକଟକ୍ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି।
ପାକିସ୍ତାନର ଶାସକ ଦଳ ପାକିସ୍ତାନ-ତହରିକ-ଏ-ଇନସାଫ (ପିଟିଆଇ)ର ସାଂସଦ ଟିକଟକ୍ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି। ପିଟିଆଇ ସାଂସଦ ସୀମବିଆ ତାହିର ଏହି ଦାବି କରିଛନ୍ତି। ତେବେ ଏହାକୁ ନେଇ ପାକିସ୍ତାନରେ ଅସନ୍ତୋଷ ପ୍ରକାଶ ପାଇଛି। ତାହିରଙ୍କ ଦାବିକୁ ବିରୋଧ କରି ପାକିସ୍ତାନର ସାମ୍ୱାଦିକ ଏବଂ ଲୋକମାନେ ତାଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି।
ତେବେ ପାକିସ୍ତାନର ଆଉ ଜଣେ ସାମ୍ୱାଦିକ ନାୟଲ ଇନାୟତ କହିଛନ୍ତି, “ପଞ୍ଜାବ ବିଧାନସଭା ବ୍ୟସ୍ତ ରହିଛି। ‘ଡିଜାଇନର’ ଦାଢ଼ି ପରେ ଏବେ ପିଟିଆଇ ସାଂସଦ ସୀମିବିଆ ତାହିର ଟିକଟକ୍ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି। ସେ ତାଙ୍କ ଦାବିରେ କହିଛନ୍ତି, ଏହି ଆପ ଧାର୍ମିକ ଭାବନାକୁ କୁଠାରଘାତ ପହଞ୍ଚାଉଛି, ଏମିତିକି ଅଶ୍ଳୀତାର ପ୍ରଚାର କରୁଛି”।
Punjab assembly seems very busy. After 'designer' beards now another MP Seemabia Tahir from PTI wants a ban on TikTok. In the resolution she mentions the app is making fun of religion and spreading obscenity. pic.twitter.com/xZTjvTDqhn
— Naila Inayat नायला इनायत (@nailainayat) July 17, 2020
ସୂଚନାଯୋଗ୍ୟ, ଏହା ପୂର୍ବରୁ ପାକିସ୍ତାନର ଲାହୋର କୋର୍ଟରେ ଟିକଟକ୍ ଉପରେ ରୋକ ଲଗାଇବାକୁ ଏକ ଆବେଦନ ହୋଇଛି। ଚୀନ ଆପ ଉପରେ ଯଥାଶୀଘ୍ର ରୋକ୍ ଲଗାଇବାକୁ ଦାବି ହୋଇଛି ଏହି ଆବେଦନରେ।
The post ‘ପାକିସ୍ତାନରେ ବି ଟିକଟକ୍ ଉପରେ ରୋକ୍ ଲଗାଯାଉ’ appeared first on Odisha Reporter.
from Odisha Reporter https://ift.tt/2WxC6jx
No comments:
Post a Comment