ସୁନନ୍ଦ ହତ୍ୟା ମାମଲା; ମାଆ, ଦୁଇ ଝିଅ ସମେତ ୮ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 17, 2020

ସୁନନ୍ଦ ହତ୍ୟା ମାମଲା; ମାଆ, ଦୁଇ ଝିଅ ସମେତ ୮ ଗିରଫ

ଅନୁଗୋଳ(ବିରଜା ଦାସ): ସାମାନ୍ୟ ପାରିବାରିକ କଳହରୁ ନିଜ ୨ ଝିଅଙ୍କ ସହ ମିଶି ସ୍ୱାମୀକୁ ହତ୍ୟା କରିଥିବା ଘଟଣାକୁ ସ୍ୱୀକାର କଲେ ମହିଳା। କେବଳ ମା’ ଝିଅ ୩ ଜଣ ନୁହେଁ ସମୁଦାୟ ୮ ଜଣ ମିଶି ସମ୍ପୃକ୍ତ ବ୍ୟକ୍ତିଙ୍କୁ ପିଟି ପିଟି ମାରି ଦେଲେ। ଘଟଣାର ଖୋଳତାଡ଼ ପରେ ପୁଲିସ୍‌ ଆଗରେ ଏପରି  ସତ ଓଗାଳିଛନ୍ତି ଅଭିଯୁକ୍ତ ମା’ ଝିଅ। ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ସିଲିଂ ଗାଁରେ ସୁନନ୍ଦ ପ୍ରଧାନ ହତ୍ୟା ମାମଲାରେ ପୁଲିସ୍‌ ସମୁଦାୟ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନାଅନୁସାରେ, ଗତ ଗୁରୁବାର ଦିନ ପାରିବାରିକ ସମସ୍ୟାକୁ ନେଇ ସୁନନ୍ଦ ପ୍ରଧାନଙ୍କ ସହ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କର  ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସୁନନ୍ଦଙ୍କ ସ୍ତ୍ରୀ ଓ  ଦୁଇ ଝିଅ ତାଙ୍କୁ  ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।  ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା।

ଘରର ବିଭିନ୍ନ ସ୍ଥାନରେ ରକ୍ତ ଛିଟା ଲାଗିଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆକୁ ପୁଲିସ୍‌ ଜବତ କରିଥିଲା। ଏହାସହ ସୁନନ୍ଦଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ଅଟକ ରଖି ପଚରାଉଚରା କରିଥିଲା।  ସେମାନେ ସୁନନ୍ଦଙ୍କୁ ହତ୍ୟା କରିଥିବା ମାନିଥିଲେ। ଏହାପରେ ପୁଲିସ୍‌ ଗତକାଲି ସୁନନ୍ଦଙ୍କ ସ୍ତ୍ରୀ ଓ ଦୁଇ ଝିଅ, ଓ ତାଙ୍କୁ ଏହି ହତ୍ୟାକାଣ୍ଡରେ ସାହାଯ୍ୟ କରିଥିବା ମହିଳାଙ୍କ ବାପା ,ଭାଇ ଓ ତାଙ୍କ ଭାଇଙ୍କ ଶାଳକଙ୍କ ସହ ମୋଟ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

The post ସୁନନ୍ଦ ହତ୍ୟା ମାମଲା; ମାଆ, ଦୁଇ ଝିଅ ସମେତ ୮ ଗିରଫ appeared first on Odisha Reporter.



from Odisha Reporter https://ift.tt/2Oy51Q4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages