ଓ୍ୱାଶିଂଟନ: ଭାରତ ଏବଂ ଚୀନ୍ ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି। ଗୁରୁବାର ଟ୍ରମ୍ପଙ୍କ ମୁଖପାତ୍ର ଏହା କହିଛନ୍ତି। ହ୍ୱାଇଟ୍ ହାଉସର ପ୍ରେସ ସଚିବ କେଏଲି ମ୍ୟାକେନାନି କହିଛନ୍ତି, “ଡୋନାଲ୍ଡ ଟ୍ରମ୍ପ ଉଭୟ ଭାରତ ଏବଂ ଚୀନର ଲୋକଙ୍କୁ ଭଲ ପାଆନ୍ତି। ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ମୁଁ ସମସ୍ତ ପ୍ରକାର ଉଦ୍ୟମ କରିବି”।
ଏହାପୂର୍ବରୁ ଟ୍ରମ୍ପଙ୍କ ପ୍ରମୁଖ ଅର୍ଥନୀତିକ ପରାମର୍ଶଦାତା ଲ୍ୟାରି କୁଡଲୋ ଭାରତକୁ ଆମେରିକାର ଏକ ବଡ଼ ସହଯୋଗୀ ବୋଲି କହିଥିଲେ। ଏଥିସହ ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବହୁତ ଭଲ ବନ୍ଧୁତ୍ୱ ରହିଛି ବୋଲି କହିଥିଲେ। ଏହି ଅବସରରେ ଆମେରିକାର ଆଇଟି କମ୍ପାନୀ, ଫେସବୁକ୍ ଏବଂ ଗୁଗଲ୍ ଦ୍ୱାରା ଭାରତରେ ଏକ ବଡ଼ ବିନିଯୋଗ ବିଷୟରେ କହିଥିଲେ। ସେ କହିଛନ୍ତି ଯେ, ଏହି ବିନିଯୋଗ ଦର୍ଶାଉଛି ଯେ ଚୀନ୍ ଠାରୁ ଲୋକଙ୍କ ବିଶ୍ୱାସ କମୁଛି। ବର୍ତ୍ତମାନ ଭାରତ ଏକ ବଡ଼ ପ୍ରତିଯୋଗୀ ଭାବରେ ଉଭା ହେଉଛି।
ସେହିପରି ବୁଧବାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ କହିଥିଲେ, “ଭାରତ ଆମେରିକାର ଏକ ବଡ଼ ସହଯୋଗୀ ଦେଶ। ଭାରତ ଆମେରିକାର ଏକ ମହାନ ଅଂଶୀଦାର ଦେଶ। ଭାରତରେ ମୋର ପ୍ରତିପକ୍ଷଙ୍କ ସହ ଭଲ ସମ୍ପର୍କ ରହିଛି। ଆମେ ଦୁଇ ଦେଶର ସମ୍ପର୍କ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଛୁ। ଏହି ଆଲୋଚନା ବେଳେ ଚୀନ୍ ସହିତ ସୀମା ବିବାଦ ଉପରେ ମଧ୍ୟ ଆଲୋଚନା ହୋଇଛି”।
The post ଭାରତ ଏବଂ ଚୀନ୍ ମଧ୍ୟରେ ଶାନ୍ତି ପାଇଁ ସମସ୍ତ ପ୍ରୟାସ କରିବି: ଟ୍ରମ୍ପ appeared first on Odisha Reporter.
from Odisha Reporter https://ift.tt/39c3sAY
No comments:
Post a Comment