ଆଖି ବୁଜିଲେ ୪ କରୋନା ଆକ୍ରାନ୍ତ, ସଂଖ୍ୟା ଛୁଇଁଲା ୮୩ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 16, 2020

ଆଖି ବୁଜିଲେ ୪ କରୋନା ଆକ୍ରାନ୍ତ, ସଂଖ୍ୟା ଛୁଇଁଲା ୮୩

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୩ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାର ୨ , ଗଜପତି ଓ ଅନୁଗୁଳ ଜିଲ୍ଲାର ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଗଞ୍ଜାମ ଜିଲ୍ଲାର ୨ ମୃତକଙ୍କ ବୟସ ଯଥାକ୍ରମେ ୫୭ ଓ ୬୦ ବର୍ଷ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ମୃତକଙ୍କ ବୟସ ୫୬ ଓ ଅନୁଗୁଳ ଜିଲ୍ଲାରେ ମୃତକଙ୍କ ବୟସ ୬୬ ବର୍ଷ ବୋଲି ଜଣାଯାଇଛି।

ଗଞ୍ଜାମ ଜିଲ୍ଲାର ୬୦ ବର୍ଷୀୟ ବ୍ୟକ୍ତି କିଡନୀଜନିତ ରୋଗରେ ପୀଡ଼ିତ ଥିବା ବେଳେ ୫୭ ବର୍ଷୀୟ ବ୍ୟକ୍ତି ମଧୁମେହରେ ପୀଡ଼ିତ ଥିଲେ। ଅନୁଗୁଳ ଜିଲ୍ଲାର ୬୬ ବର୍ଷୀୟ ବୃଦ୍ଧ ଟ୍ୟୁମରଜନିତ ରୋଗରେ ପୀଡ଼ିତ ଥିବା ବେଳେ ୫୬ ବର୍ଷୀୟ ଗଜପତି ଜିଲ୍ଲାର ବ୍ୟକ୍ତିଜଣକ ମଧୁମେହ ଓ ହାର୍ଟ ରୋଗରେ ପୀଡ଼ିତ ଥିଲେ।

ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୩ ଛୁଇଁ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୫୦ ଛୁଇଁଲା। ଏହା ରାଜ୍ୟରେ ସର୍ବାଧିକ ହୋଇଥିବା ବେଳେ    ଗଜପତି, ଅନୁଗୁଳ ଜିଲ୍ଲାରେ କରୋନା ଯୋଗୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଛି।

The post ଆଖି ବୁଜିଲେ ୪ କରୋନା ଆକ୍ରାନ୍ତ, ସଂଖ୍ୟା ଛୁଇଁଲା ୮୩ appeared first on Odisha Reporter.



from Odisha Reporter https://ift.tt/2ZBkqp5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages