ସୁରତ: କରୋନା ପାଇଁ ଲାଗୁ ହୋଇଥିବା କର୍ଫ୍ୟୁ ନିୟମକୁ ବେଖାତିର କରି ରାସ୍ତାରେ ବୁଲୁଥିବା ଗୁଜରାଟ ବିଧାୟକଙ୍କ ପୁଅଙ୍କୁ ଅଟକାଇବା ଜଣେ କର୍ତ୍ତବ୍ୟରତ ପୁଲିସ୍ କନଷ୍ଟେବଲଙ୍କୁ ମହଙ୍ଗା ପଡ଼ିଛି। ବିଧାୟକଙ୍କ ପୁଅଙ୍କୁ ରାସ୍ତାରେ ଅଟକାଇବାରୁ ସରକାର ମହିଳା କନଷ୍ଟେବଲଙ୍କୁ ପୁଲିସ୍ ମୁଖ୍ୟାଳୟକୁ ବଦଳି କରିଦେଇଛନ୍ତି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାରୀ ଦଳ କେମିତି ପୁଲିସ୍ ଉପରେ ଚାପ ପକାଇ ଥାଏ, ସେକଥା ଏହି ଘଟଣା ପରେ ପ୍ରମାଣିତ ହୋଇଯାଇଛି।
ଭାରଚ୍ଚା ରୋଡ୍ ବିଧାୟକ ତଥା ରାଜ୍ୟର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ କୁମାର କନାନୀଙ୍କ ପୁଅ ପ୍ରକାଶ ଓ ତାଙ୍କର ଦୁଇ ଜଣ ସାଙ୍ଗ ସୁରତରେ ଲାଗୁ ହୋଇଥିବା କର୍ଫ୍ୟୁ ନିୟମକୁ ମାନି ନଥିଲେ। ପୁଲିସ୍ ସମସ୍ତଙ୍କୁ ଘରେ ରହିବାକୁ କହିଥିବା ବେଳେ ପ୍ରକାଶଙ୍କର ଦୁଇ ଜଣ ସାଙ୍ଗ ମନଇଚ୍ଛା ରାସ୍ତାରେ ବୁଲୁଥିଲେ।
ଏହାଦେଖି କନଷ୍ଟେବଲ ସୁନିତା ଯାଦବ ସେମାନଙ୍କ ଗାଡ଼ିକୁ ଅଟକାଇଥିଲେ। ଏପରି କି ଏମାନେ ମାସ୍କ ମଧ୍ୟ ପିନ୍ଧି ନଥିଲେ। ସୁନିତା ସେମାନଙ୍କୁ ଅଟକାଇବାରୁ ବିଧାୟକଙ୍କ ପୁଅ ପ୍ରକାଶ ସେଠାରେ ପହଞ୍ଚିଥିଲେ। ସେ ବି ମାସ୍କ ପିନ୍ଧି ନଥିଲେ। ଏହାକୁ ନେଇ ପ୍ରକାଶ ଓ ତାଙ୍କର ଦୁଇ ବନ୍ଧୁ ସୁନିତାଙ୍କ ସହ ଯୁକ୍ତି କରିଥିଲେ।
ପ୍ରକାଶ ବିଚ୍ ରାସ୍ତାରେ ମହିଳା କନଷ୍ଟେବଲଙ୍କୁ ଧମକଚମକ ମଧ୍ୟ ଦେଇଥିଲେ। ତଥାପି ସୁନିତା ଏଥିରେ ଡରି ନଥିଲେ ବରଂ ସେ ବିଧାୟକଙ୍କ ଚାକର ନୁହନ୍ତି ବୋଲି କହିଥିଲେ। କିନ୍ତୁ ଘଟଣା ପରେ ସୁନିତାଙ୍କ ବଦଳି ପୁଲିସ୍ ମୁଖ୍ୟାଳୟକୁ କରିଦିଆଯାଇଛି।
ଘଟଣାକୁ ନେଇ ରବିବାର ପ୍ରକାଶ ଓ ତାଙ୍କର ଦୁଇ ଜଣ ବନ୍ଧୁ ଗିରଫ ହୋଇଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କୁ ଜାମିନ ମିଳିଛି। ସୁରତର କମିଶନର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
The post ବିଜେପି ବିଧାୟକଙ୍କ ପୁଅକୁ କର୍ଫ୍ୟୁ ବେଳେ ଅଟକାଇବାରୁ କନଷ୍ଟେବଲଙ୍କ ବଦଳି appeared first on Odisha Reporter.
from Odisha Reporter https://ift.tt/38O1aaO
No comments:
Post a Comment