କଟକରୁ ହଟିଲା ଶଟ୍‌ଡାଉନ୍, ଖୋଲିବ ଶପିଂ ମଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 12, 2020

କଟକରୁ ହଟିଲା ଶଟ୍‌ଡାଉନ୍, ଖୋଲିବ ଶପିଂ ମଲ୍‌

କଟକ (ଓଡ଼ିଶା ରିପୋର୍ଟର): ଆଜିଠାରୁ କଟକରୁ ଶଟ୍‌ଡାଉନ୍ ହଟିଛି। କଟକ ମହାନଗର ନିଗମ ଅଞ୍ଚଳରୁ ଶଟ୍‌ଡାଉନ୍ ହଟାଇବାକୁ ଗତକାଲି ସିଏମ୍‌ସି ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ବଜାର ଖୋଲା ରହିବ। ସେହିପରି ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ୍ ଖୋଲାରହିବ। କୋଭିଡ୍ କଟକଣା ସର୍ତ୍ତ ସହ ସହରରେ ଶପିଂ ମଲ୍ ମଧ୍ୟ ଖୋଲିବ। ହେଲେ ଲକ୍‌ଡାଉନ୍ ନିୟମ ବଳବତ୍ତର ରହିବ। ଏଥିସହ ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ସନ୍ଧ୍ୟା ୭ଟାରୁ ସକାଳ ୫ ଯାଏ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ।  ତା’ ସହତି ସପ୍ତାହାନ୍ତ ଶଟ୍‌ଡାଉନ୍ ନିୟମ ମଧ୍ୟ ବଳବତ୍ତର ରହିବ।

କଟକରେ କରୋନା ସଂକ୍ରମଣ ବଢୁଥିବା ଦେଖି ଗତ ୪ ତାରିଖରେ ସିଏମ୍‌ସିକୁ ଶଟ୍‌ଡାଉନ୍ ଘୋଷଣା କରାଯାଇଥିଲା।  ୬ ରାଉଣ୍ଡ ଆକ୍ଟିଭ ସର୍ଭେଲାନ୍ସ ଓ କଣ୍ଟା ଟ୍ରେସିଂ ପରେ ସ୍ଥାନୀୟ ସଂକ୍ରମଣ ହୋଇ ନଥିବା ସିଏମ୍‌ସି କହିଛି।  ସେହିପରି ମାଳିସାହିରୁ ରାଣିହାଟ ପର୍ଯ୍ୟନ୍ତ ଥିବା କଣ୍ଟେନମେଣ୍ଟକୁ ମଧ୍ୟ ସିଏମ୍‌ସି ଉଠାଇ ଦେଇଛି।  ଶଟ୍‌ଡାଉନ୍‌ ଆଉ ଆବଶ୍ୟକତା ନଥିବାରୁ ଏହାକୁ ପ୍ରତ୍ୟାହାର କରାଯାଇଥିବା କୁହାଯାଇଛି।  ତା’ ବଦଳରେ ଲକ୍‌ଡାଉନ୍ ନିୟମ ଜାରି ରହିବ।

The post କଟକରୁ ହଟିଲା ଶଟ୍‌ଡାଉନ୍, ଖୋଲିବ ଶପିଂ ମଲ୍‌ appeared first on Odisha Reporter.



from Odisha Reporter https://ift.tt/3foyc3W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages