ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସୁଛି ରାକ୍ଷୀ ପୂର୍ଣ୍ଣିମା। ଏହି ଦିନଟିକୁ ପ୍ରତି ଭାଇ ଭଉଣୀ ବେଶ୍ ଖୁସିରେ ପାଳନ କରିବାକୁ ଚାହାଁନ୍ତି। କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ରାକ୍ଷୀ ଦୋକାନ୍ ବନ୍ଦ ରହିଛି। ତେବେ ରାକ୍ଷୀର ପର୍ବ ଯେମିତି ଫିକା ନପଡୁ ସେଥିପାଇଁ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଘରେ ରହି ରାକ୍ଷୀ ପ୍ରସ୍ତୁତ କରିଛନ୍ତି। ଏହାର ଫଟୋ ସେ ତାଙ୍କ ଫେସ୍ବୁକ୍ ପେଜ୍ରେ ଶେଆର କରିଛନ୍ତି। ଫଟୋରେ ପିଙ୍କି ଭିନ୍ନ ଭିନ୍ନ ରଙ୍ଗର ସୂତାରେ ରାକ୍ଷୀ ପ୍ରସ୍ତୁତ କରିବାର ଦେଖିବାକୁ ମିଳିଛି।
ପିଙ୍କି ରାକ୍ଷୀ ପ୍ରସ୍ତୁତ କରିବା ପାଇଁ ମୁଗ ଡାଲି, ହରଡ଼ ଡାଲି ଏବଂ ଚାଉଳ ମଧ୍ୟ ବ୍ୟବହାର କରିଛନ୍ତି। ଏଥିସହ ଗୋଟେ ରାକ୍ଷୀରେ ପିଙ୍କି ମୋଦିଙ୍କର ଫଟୋ ମଧ୍ୟ ବ୍ୟବହାର କରିଛନ୍ତି।
ଘରୁ ବାହାରକୁ ନବାହାରି ପିଙ୍କି କେମିତି ଘରେ ରାକ୍ଷୀ ପ୍ରସ୍ତୁତ କରିହେବ, ତାହା ଦେଖାଇଛନ୍ତି। ତେବେ ପିଙ୍କିଙ୍କର ଏହି ରାକ୍ଷୀ ପ୍ରସ୍ତୁତି ପୋଷ୍ଟରେ ଲୋକମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି। କିଛି ଲୋକ ଘରେ ରହି ପିଙ୍କି ବେଶ୍ ସୁନ୍ଦର ରାକ୍ଷୀ ପ୍ରସ୍ତୁତି କରିପାରିଛନ୍ତି ବୋଲି ଲେଖିଥିବା ବେଳେ କିଛି ଲୋକ ମୋଦିଙ୍କ ପାଇଁ ତ ରାକ୍ଷୀ ତିଆରି ହେଲା, ନବୀନ ବାବୁଙ୍କ ପାଇଁ କେବେ ରାକ୍ଷୀ ପ୍ରସ୍ତୁତ କରିବେ ବୋଲି କମେଣ୍ଟ ବକ୍ସରେ ଲେଖିଛନ୍ତି।
The post ମୋଦି ରାକ୍ଷୀ ପ୍ରସ୍ତୁତ କଲେ ପିଙ୍କି, ଲୋକେ କହିଲେ… appeared first on Odisha Reporter.
from Odisha Reporter https://ift.tt/39IAvge
No comments:
Post a Comment