ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ପାଖାପାଖି ଦେଢ଼ ମାସ ହୋଇଗଲାଣି। ଏବେ ବି ରହସ୍ୟ ଘେରରେ ରହିଛି ତାଙ୍କ ଆତ୍ମହତ୍ୟାର କାରଣ। ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆତ୍ମହତ୍ୟାର ଦେଢ଼ମାସ ପରେ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଗଣମାଧ୍ୟ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସୁଶାନ୍ତ ମୃତ୍ୟୁ ପରଠୁ ବଲିଉଡରେ ନେପେଟିଜମ୍ ବିବାଦ ଚାଲିଛି ଯେଉଁଥିରେ କିଛି ଲୋକ ଟେଲିକ୍ୱିନ୍ ଏକ୍ତା କପୁରଙ୍କୁ ମଧ୍ୟ ଟାର୍ଗେଟ୍ କରୁଛନ୍ତି। ତେବେ ଏ ନେଇ ଅଙ୍କିତା ନିଜର ପ୍ରତିକ୍ରିୟା ଦେଇଛନ୍ତି।
ଅଙ୍କିତା କହିଛନ୍ତି ଯେ ସୁଶାନ୍ତଙ୍କ ନିଷ୍ପତ୍ତିକୁ ଏକ୍ତା ସର୍ବଦା ସମର୍ଥନ କରୁଥିଲେ। ଯେତେବେଳେ ସୁଶାନ୍ତ ‘ପବିତ୍ର ରିସ୍ତା’ ଛାଡୁଥିଲେ, ସେତେବେଳେ ସେ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଥିଲେ ଯେ ତାଙ୍କୁ ଫିଲ୍ମରେ ହିଁ ଆଗକୁ ବଢ଼ିବାର ଅଛି। ଏକ୍ତା ମଧ୍ୟ ତାଙ୍କୁ ଫିଲ୍ମରେ ଯିବାକୁ ଅନୁମତି ଦେଇଥିଲେ। ଅଙ୍କିତା କହିଛନ୍ତି ଯେ ଯଦି ଏକ୍ତାଙ୍କୁ ସୁଶାନ୍ତଙ୍କୁ ନିଚ୍ଚା ଦେଖାଇବାର ଥାନ୍ତା ତେବେ ସେ ଗଟୁ ସାର୍ (ଅଭିଷେକ କପୁର)ଙ୍କୁ ତାଙ୍କୁ ସୁଯୋଗ ନଦେବାକୁ କହିଥାନ୍ତେ। ହେଲେ ସେ ଏଭଳି କରିନଥିଲେ ବରଂ ତାଙ୍କୁ ସମର୍ଥନ କରିଥିଲେ। ଜଣାଇଦେବାକୁ ଚାହୁଁ ଯେ ଅଭିଷେକ କପୁର ହେଉଛନ୍ତି ସୁଶାନ୍ତଙ୍କ ଡେବ୍ୟୁ ଫିଲ୍ମ ‘କାଇ ପୋ ଚେ’ର ନିର୍ଦ୍ଦେଶକ।
ଅଙ୍କିତା ସୁଶାନ୍ତ ଏବଂ ଏକତାଙ୍କ ଘନିଷ୍ଠ ସମ୍ପର୍କ ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତ, ‘ସୁଶାନ୍ତ ଏବଂ ଏକତାଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା ମୁଁ କେବଳ ଏତିକି କହୁଛି ଯେ ଯେତେବେଳେ ଏକ୍ତା କପୁରଙ୍କ ନାମ ନେପୋଟିଜିମ୍ ବିତର୍କରେ ଆସିଲା, ସେତେବେଳେ ମୋତେ ଭଲ ଲାଗିଲା ନାହିଁ କାରଣ ମୁଁ ଉଭୟଙ୍କ ମଧ୍ୟରେ ଥିବା ବଣ୍ଡିଂ ଦେଖିଛି। ଏକ୍ତା ମ୍ୟାମ୍ ସୁଶାନ୍ତଙ୍କୁ ବହୁତ ଫିଲ୍ମର ଅଫର୍ ମଧ୍ୟ ଦେଇଛନ୍ତି। ହେଲେ କୌଣସି କାରଣ ବସତଃ ସେଗୁଡ଼ିକ ହୋଇପାରିନାହିଁ।’
ଜଣାଇଦେବାକୁ ଚାହୁଁ ଯେ ଅଙ୍କିତା ଓ ସୁଶାନ୍ତ ବ୍ରେକ୍ଅପ୍ ପରେ ମଧ୍ୟ ପରସ୍ପରର ବଲ ବନ୍ଧୁ ଥିଲେ। ଅଙ୍କିତାଙ୍କର ସୁଶାନ୍ତଙ୍କ ପରିବାର ଲୋକଙ୍କ ସହ ମଧ୍ୟ ଭଲ ସମ୍ପର୍କ ଥିଲା। ଏବେ ମଧ୍ୟ ସେ ତାଙ୍କ ପରିବାର ସହ ଛିଡ଼ା ହୋଇଛନ୍ତି। ନିକଟରେ ସୁଶାନ୍ତଙ୍କ ପିତା ରିୟାଙ୍କ ବିରୁଦ୍ଧରେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ଅଭିଯୋଗ କରିଛନ୍ତି। ତେବେ ଏଥିରେ ମଧ୍ୟ ଅଙ୍କିତା ତାଙ୍କୁ ସମର୍ଥନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପାପା ଏମିତି ଅଭିଯୋଗ ଆଣିଛନ୍ତି ତେବେ ତାଙ୍କ ପାଖରେଏହାର ପ୍ରମାଣ ନିଶ୍ଚିତ ଥିବ। ଅଙ୍କିତାଙ୍କ କହିବା କଥା ଯେ ସୁଶାନ୍ତ କେବେ ହେଲେ ନିଜ କ୍ୟାରିୟ ପାଇଁ ଆତ୍ମ ହତ୍ୟା କରିପାରନ୍ତି ନାହିଁ। କାରଣ ସେ ଆରମ୍ଭରୁ ହିଁ ଜାଣିଥିଲେ ଯେ ଫିଲ୍ମ କ୍ୟାରିୟରରେ ବହୁତ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ। ତେଣୁ ତାଙ୍କର ବିଶ୍ୱାସ ଯେ ଆତ୍ମ ହତ୍ୟାର ନିଶ୍ଚିତ ଭାବେ କିଛି ଅଲଗା କାରଣ ରହିଛି।
The post ଆତ୍ମହତ୍ୟାର ଦେଢ଼ମାସ ପରେ ମୁହଁ ଖୋଲିଲେ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା appeared first on Odisha Reporter.
from Odisha Reporter https://ift.tt/39IArgu
No comments:
Post a Comment