ଅନୁଗୁଳ(ବିରଜା ପ୍ରସାଦ ଦାସ): ଦୁଇଟି ଗଛରେ ଝୁଲୁଛି ୩ ଜଣଙ୍କ ମୃତଦେହ । ଏପରି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟ୍ଟା ପଞ୍ଚାୟତର ଡିମିରିକୁଦା ଗାଁ ନିକଟ ଜଙ୍ଗଲରେ ଦେଖିବାକୁ ମିଳିଛି। ପ୍ରାୟ ୪,୫ ଦିନ ହେବ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଅନୁମାନ କରାଯାଉଥିବା ବେଳେ ସେଥିରୁ ଦୁର୍ଗନ୍ଧ ବାହାରୁଛି। ମୃତ ୩ ଜଣଙ୍କ ମଧ୍ୟରେ ୨ ଯୁବକ ଓ ଜଣେ ଯୁବତୀ ଅଛନ୍ତି।
ଗ୍ରାମବାସୀଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଡିମିରିକୁଦା ଗାଁ ନିକଟ ଜଙ୍ଗଲରେ ଗୋଟିଏ ଗଛରେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଛି। ଅପରପକ୍ଷେ ସେହି ଗଛଠାରୁ ପ୍ରାୟ ୧୫ରୁ ୨୦ ଫୁଟ ଦୂର ଅନ୍ୟ ଏକ ଗଛରେ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ଝୁଲୁନ୍ତା ଅବସ୍ଥାରେ ଅଛି। ଗତକାଲି ଜଣେ ଗାଇ ଚରାଳି ସନ୍ଧ୍ୟାରେ ଜଙ୍ଗଲରୁ ଫେରୁଥିବା ବେଳେ ଦୁର୍ଗନ୍ଧ ହେବାରୁ ବହୁ ଖୋଜିବା ପରେ ମୃତଦେହ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହାପରେ ଗ୍ରାମବାସୀ ରାତିରେ ଜଙ୍ଗଲକୁ ଯାଇ ମୃତଦେହ ଦେଖିବାକୁ ପାଇଥିଲେ।
ଛେଣ୍ଡିପଦା ପୁଲିସ୍କୁ ଖବର ଦିଆଯାଇଥିବା ବେଳେ ଆଜି ପୁଲିସ୍, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯିବେ। ଏହାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବକୁ ତଳକୁ ଅଣାଯାଇ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି। ଏ ପର୍ଯ୍ୟନ୍ତ ୩ ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ଅପରପକ୍ଷେ ପ୍ରେମ ବ୍ୟାପାରକୁ ନେଇ କେହି ଏପରି କାଣ୍ଡ ଘଟାଇ ଥାଇ ପାରନ୍ତି ବୋଲି ମଧ୍ୟ ଗ୍ରାମବାସୀ ଆଲୋଚନା କରୁଛନ୍ତି।
The post ୨ଟି ଗଛରେ ଝୁଲୁଛି ୩ ମୃତଦେହ appeared first on Odisha Reporter.
from Odisha Reporter https://ift.tt/3jUTIQz
No comments:
Post a Comment