ଗଞ୍ଜାମରେ ସ୍ଥିତି ଅଣାୟତ, ହଜାରେରୁ ଅଧିକ ସରକାରୀ କର୍ମଚାରୀ କରୋନାରେ ସଂକ୍ରମିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 25, 2020

ଗଞ୍ଜାମରେ ସ୍ଥିତି ଅଣାୟତ, ହଜାରେରୁ ଅଧିକ ସରକାରୀ କର୍ମଚାରୀ କରୋନାରେ ସଂକ୍ରମିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ଗଞ୍ଜାମରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଗଞ୍ଜାମ ପାଇଁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ରଣକୌଶଳ, ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ଓ ପ୍ରାୟ ୫୦୦ରୁ ଅଧିକ ଡାକ୍ତର,ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟ ଅଫିସରଙ୍କୁ ଜିଲ୍ଲାକୁ ପଠାଯିବା ସତ୍ତ୍ୱେ ସ୍ଥିତିରେ ସୁଧାର ଆସିପାରିନି। ଓଲଟା କରୋନା ମୁକାବିଲାରେ ଜିଲ୍ଲାରେ ନିୟୋଜିତ ୧ହଜାରରୁ ଅଧିକ ଯୋଦ୍ଧା ସଂକ୍ରମିତ ହୋଇଥିବାବେଳେ ୮ଜଣଙ୍କର ମୃତ୍ୟୁ ହୋଇଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାରେ ଗତକାଲି ସୁଦ୍ଧା ମୋଟ ୮୧୯୪ଜଣ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୧୦୩ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ଓ ୭୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏମାନଙ୍କ ମଧ୍ୟରୁ କେବଳ ୧୦୮୮ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । କରୋନା ମୁକାବିଲା ପାଇଁ ନିୟୋଜିତ ସରକାରୀ କର୍ମଚାରୀ (କରୋନା ଯୋଦ୍ଧା)ଙ୍କ ମଧ୍ୟରୁ ୧୦୮୮ଜଣ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୫୭୨ଜଣ ଏବେ ସକ୍ରିୟ ସଂକ୍ରମିତ ଅଛନ୍ତି। ୫୦୮ଜଣ ସୁସ୍ଥ ହୋଇ ଫେରିଥିବାବେଳେ ୮ଜଣଙ୍କ ମୃତ୍ୟୁ ଘଟିଛି।

ମୃତ କରୋନା ଯୋଦ୍ଧାଙ୍କ ମଧ୍ୟରେ ୫ଜଣ ଶିକ୍ଷକ, ଜଣେ କନିଷ୍ଠ ଯନ୍ତ୍ରୀ, ଜଣେ କନେଷ୍ଟବଳ ଓ ବ୍ରହ୍ମପୁର ମହାନଗର ନିଗମର ଜଣେ କର୍ମଚାରୀ ସାମିଲ ଅଛନ୍ତି। ଦୀର୍ଘ ୪ମାସ ଧରି ଜିଲ୍ଲାରେ କରୋନା ସ୍ଥିତିର ମୁକାବିଲା କରୁଥିବା ଏହି ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ନିୟମିତ ଭାବେ ସଂକ୍ରମଣ ବ୍ୟାପିଥିବାରୁ ଆଗାମୀ ଦିନରେ ସ୍ଥିତି ଅଧିକ ଖରାପ ହେବାର ଆଶଙ୍କା କରାଯାଉଛି। ବିଶେଷକରି କରୋନା ଯୋଦ୍ଧା ଭାବେ ଏବେ ଅଙ୍ଗନୱାଡ଼ି କର୍ମୀ, ହେଲପର, ଏନଏନଏ ଓ ଆଶାକର୍ମୀ, ପଂଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ, ହାବିଲଦାର,ଏଏସଆଇ, କନେଷ୍ଟବଳ,ହୋମଗାର୍ଡ, ଆୟୁଷ ଡାକ୍ତର, ଷ୍ଟାଫ ନର୍ସ ଓ ଡାକ୍ତରମାନେ କରୋନା ଯୋଦ୍ଧା ଭାବେ ନିୟୋଜିତ ହୋଇଛନ୍ତି। ଜିଲ୍ଲାରେ ସେମାନଙ୍କ ମଧ୍ୟରେ ସଂକ୍ରମଣ ବଢ଼ିଚାଲିଥିବାରୁ କରୋନା ମୁକାବିଲାରେ ସମସ୍ୟା ଉପୁଜିବାର ଆଶଙ୍କା ରହିଛି।

ଜିଲ୍ଲାରେ କରୋନା ମୁକାବିଲା ପାଇଁ ସହରାଂଚଳରେ ୨୮୦ଟି କୋଭିଡ୍ ପରିଚାଳନା କମିଟି ଗଠନ ହୋଇଥିବାବେଳେ ଗ୍ରାମାଂଚଳରେ ୫୬୧୫ଟି କମିଟି ଗଠିତ ହୋଇଛି। ୪୯୬ଟି କୋଭିଡ୍ କେୟାର ହୋମ୍ ମଧ୍ୟ ସ୍ଥାପନ ହୋଇଛି। ରାଜ୍ୟ ସରକାର ଜିଲ୍ଲାର କରୋନା ସ୍ଥିତିର ମୁକାବିଲା ପାଇଁ ୨ଜଣ ଆଇଏଏସ୍ ଅଫିସର, ୨୫ଜଣ ଓଏଏସ ଅଫିସର, ୧୦୫ଜଣ ଓଆରଏସ, ୩୦ଜଣ ଏମବିବିଏସ୍ ଡାକ୍ତର, ୧୦୦ଜଣ ଆୟୁଷ ଡାକ୍ତର ଓ ୨୭ଜଣ ଲାବ୍ରୋଟୋରୀ ଟେକନିସିଆନଙ୍କ ସମେତ ୩ଜଣ ଡିଏସପି ଓ ୧୦ ପ୍ଲାଟୁନ ପୁଲିସ ଫୋର୍ସ(ପ୍ରାୟ ୨୫୦ଜଣ)ଙ୍କୁ ପଠାଇଛନ୍ତି। ତଥାପି ଜିଲ୍ଲାର ୩୨୫୪ଟି ଗାଁ ଓ ୧୮ଟି ସହରାଂଚଳର ୨୮୦ଟି ୱାର୍ଡରେ କରୋନା ସଂକ୍ରମଣ ସ୍ଥିତି ନିୟମିତ ଭାବେ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାରଙ୍କ ପଦକ୍ଷେପ ସନ୍ତୋଷଜନକ ଓ ପ୍ରଭାବୀ ହୋଇପାରିନି ।ସରକାରଙ୍କ ସମସ୍ତ ଫୋକସ୍ ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲାରେ ଅଧିକ ସଂଖ୍ୟାରେ କରୋନା ଯୋଦ୍ଧା ସଂକ୍ରମିତ ହେବାରେ ଲାଗିଛନ୍ତି।

The post ଗଞ୍ଜାମରେ ସ୍ଥିତି ଅଣାୟତ, ହଜାରେରୁ ଅଧିକ ସରକାରୀ କର୍ମଚାରୀ କରୋନାରେ ସଂକ୍ରମିତ appeared first on Odisha Reporter.



from Odisha Reporter https://ift.tt/39tCkxf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages