କୋରାପୁଟ (ସୂର୍ଯ୍ୟ ପଣ୍ଡା): କୋରାପୁଟ ପରେ ଜୟପୁର ସହରରେ ‘ଡୋର୍ ଟୁ ଡୋର୍ ସର୍ଭେ’ ଆରମ୍ଭ ହୋଇଛି। ସହରର ପ୍ରତ୍ୟେକ ଓ୍ୱାର୍ଡରେ ଘର ଘର ବୁଲି ମେଡିକାଲ୍ ଟିମ୍ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ପ୍ରତି ଓ୍ୱାର୍ଡ ପାଇଁ ଗୋଟିଏ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କ ଟିମ୍ ଗଠନ କରାଯାଇଛି। ଏଥିରେ ଜଣେ ଲେଖାଏଁ ଏଏନ୍ଏମ୍, ଆଶା ଦିଦି, ଅଙ୍ଗନଓ୍ୱାଡି କର୍ମୀ, ସ୍ୱାସ୍ଥ୍ୟ ସାଥୀ ଏବଂ ଶିକ୍ଷକ ଅଛନ୍ତି।
ସେମାନେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହ ଲକ୍ଷଣ ଥିବା ବ୍ୟକ୍ତିଙ୍କର ତୁରନ୍ତ କୋଭିଡ୍ ପରୀକ୍ଷା କରାଯାଉଛି। ପୂର୍ବରୁ କୋରାପୁଟ ପୌରାଞ୍ଚଳରେ ସର୍ଭେ ହୋଇଥିଲା। ଅନ୍ୟପକ୍ଷରେ ଗତକାଲି ଠାରୁ ଜୟପୁର ପୌରପାଳିକାରେ ୪ ଦିନିଆ ଶଟ୍ଡାଉନ୍ ଆରମ୍ଭ ହୋଇଛି।
କୋରାପୁଟ ସିଡିଏମ୍ଓ ମକରନ୍ଦ ବେଉରା କହିଛନ୍ତି, “କରୋନା କେସ୍ ହୁହୁ ହୋଇ ବଢ଼ି ଚାଲିଛି। ସେଥିପାଇଁ ହାଉସ୍ ଟୁ ହାଉସ୍ ଭିଜିଟ୍ କରି କରୋନା ଲକ୍ଷଣ ଥିବା ଲୋକଙ୍କୁ ଆମେ ଚିହ୍ନଟ କରୁଛୁ। କୋରାପୁଟରେ ୩ ଦିନରେ ଘରକୁ ଘର ବୁଲି ଯେଉଁମାନଙ୍କ ଲକ୍ଷଣ ଥିଲା ସେମାନଙ୍କର ପରୀକ୍ଷା କରାଯାଇଛି। ସେଥିପାଇଁ ଆମେ ରାପିଟ୍ ଆଣ୍ଟିଜେନ୍ ଟେଷ୍ଟ ବ୍ୟବହାର କରୁଛୁ। ସେହି କ୍ରମରେ ଜୟପୁରରେ ମଧ୍ୟ ୪ ଦିନ ପାଇଁ ଘର ଘର ବୁଲି ସ୍ୱାସ୍ଥ୍ୟ କର୍ମୀ ଭିଜିଟ୍ କରିବେ। ଲକ୍ଷଣ ଥିବା ଲୋକଙ୍କୁ ବାହାର କରି କୋଭିଡ୍ ହସପିଟାଲରେ ଆଣ୍ଟିଜେନ୍ କିଟ୍ ପରୀକ୍ଷା କରିବାର ବନ୍ଦବୋସ୍ତ କରାଯାଇଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ଜୟପୁରକୁ ୪ ଦିନ ଶଟ୍ଡାଉନ୍ ଘୋଷଣା କରିଛନ୍ତି। ଆମର ୯୮ଟି ଟିମ୍ କରାଯାଇଛି। ଟିମ୍ରେ ଆଶା, ଅଙ୍ଗନଓ୍ୱାଡି କର୍ମୀ ଓ ସ୍କୁଲ ଶିକ୍ଷକ ଅଛନ୍ତି। ଆଉ ସେମାନଙ୍କୁ ସୁପରଭାଇଜର କରିବା ପାଇଁ ଆମ ମେଡିକାଲ ଅଫିସର ଅଛନ୍ତି।”
The post ଜୟପୁରରେ ଆରମ୍ଭ ହୋଇଛି ‘ଡୋର୍ ଟୁ ଡୋର୍’ ସର୍ଭେ appeared first on Odisha Reporter.
from Odisha Reporter https://ift.tt/2CQE9IJ
No comments:
Post a Comment