ଥମୁନି ଜନନୀ ଯନ୍ତ୍ରଣା; ପ୍ରସୂତିଙ୍କୁ ଟେକି ଟେକି ନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 5, 2020

ଥମୁନି ଜନନୀ ଯନ୍ତ୍ରଣା; ପ୍ରସୂତିଙ୍କୁ ଟେକି ଟେକି ନେଲେ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଗାଁକୁ ରାସ୍ତା ନଥିବାରୁ ଆସି ପାରିଲା ନାହିଁ ଆମ୍ୱୁଲାନ୍ସ। ଶେଷରେ ପରିବାର ଲୋକେ ଟେକି ଟେକି ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ନିକଟକୁ ନେଲେ । ଏପରି ଘଟଣା  ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କପାଟପାଣି ଗାଁରେ।

ଗତକାଲି ସକାଳେ କପାଟପାଣି ଗାଁର ହରି ସାନ୍ତାଙ୍କ ସ୍ତ୍ରୀ ଲତା ସାନ୍ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଯନ୍ତ୍ରଣା ଅଧିକ ହେବାରୁ ପରିବାର ଲୋକେ ଗାଁର ଆଶାକର୍ମୀଙ୍କୁ ଖବର ଦେଇଥିଲେ। ଏହାପରେ ଆଶାକର୍ମୀ ୧୦୨ ଆମ୍ୱୁଲାନ୍ସକୁ ଖବର ଦେଇଥିଲେ। ହେଲେ ରାସ୍ତା ଖରାପ ଥିବାରୁ ଆମ୍ୱୁଲାନ୍ସ ଗାଁକୁ ଯାଇ ନପାରି କିରିଙ୍ଗିମାଲ ଗାଁ ନିକଟରେ ଅଟକି ରହିଥିଲା।

ପ୍ରବଳ ବର୍ଷାରେ ପରିବାର ଲୋକେ ଓ ଆଶା ଦିଦି ଲତାଙ୍କୁ ଟେକି ଟେକି କିଛି ବାଟ ନେଇଥିଲେ। ପରେ ଏକ ଅଟୋ ସାହାଯ୍ୟରେ ଆମ୍ବୁଲାନ୍ସ ନିକଟକୁ ନେଇଥିଲେ। ଏହାପରେ ଆମ୍ବୁଲାନ୍ସ ସାହାଯ୍ୟରେ ପ୍ରସୂତିଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

The post ଥମୁନି ଜନନୀ ଯନ୍ତ୍ରଣା; ପ୍ରସୂତିଙ୍କୁ ଟେକି ଟେକି ନେଲେ appeared first on Odisha Reporter.



from Odisha Reporter https://ift.tt/3dZx8BX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages