ସ୍ପାଇନିସ ଫ୍ଲୁ ବେଳେ ଯାହା କରିଥିଲା, ଏବେ ସେମିତି କାମ କଲା ଅଷ୍ଟ୍ରେଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 5, 2020

ସ୍ପାଇନିସ ଫ୍ଲୁ ବେଳେ ଯାହା କରିଥିଲା, ଏବେ ସେମିତି କାମ କଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ମହାମାରୀ କରୋନା ଭାଇରସ ପାଇଁ ଅଷ୍ଟ୍ରେଲିଆରେ ଏକ ବଡ଼ ଘଟଣା ଘଟିଛି। ଦୀର୍ଘ ୧୦୦ ବର୍ଷ ପରେ ଅଷ୍ଟ୍ରେଲିଆର ଦୁଇଟି ରାଜ୍ୟ ମଧ୍ୟରେ ସୀମାକୁ ସିଲ୍‌ କରାଯାଇଛି। ୧୯୨୦ ସ୍ପାଇନିସ୍‌ ଫ୍ଲୁ ବେଳେ ସମାନ ଢଙ୍ଗରେ ସୀମା ସିଲ କରାଯାଇଥିଲା। କରୋନାର ମୁକାବିଲା କରିବାକୁ ଅଷ୍ଟ୍ରେଲିଆ ସରକାର ଅନେକ ପଦକ୍ଷେପ ନେଇଥିଲେ।

ଆଶା କରାଯାଉଥିଲା ଯେ ସୀମା ସିଲ ହେବନାହିଁ। ତେବେ ସ୍ଥିତି ଧୀରେଧୀରେ ବିଗିଡ଼ିବାର ଆଶଙ୍କା ପ୍ରକାଶ ପାଇବାରୁ ଭିକ୍ଟୋରିଆ ଓ ନ୍ୟୁ ସାଉଥ୍‌ ୱେଲ୍ସ ମଧ୍ୟରେ ଥିବା ସୀମାକୁ ସିଲ କରାଯାଇଛି। ଭିକ୍ଟୋରିଆ ପ୍ରିମିୟର ଡାନିଏଲ ଆଣ୍ଡ୍ରେସ୍‌ କହିଛନ୍ତି, “ଅଷ୍ଟ୍ରେଲିଆର ଦୁଇଟି ପ୍ରସିଦ୍ଧ ରାଜ୍ୟର ସମୀକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।”

ନ୍ୟୁ ସାଉଥ ୱେଲ୍ସ ସୀମାକୁ ଦୀର୍ଘ ୧୦୦ ବର୍ଷ ପରେ ପ୍ରଥମଥର ପାଇଁ ସିଲ କରାଯାଇଛି। ଶେଷଥର ପାଇଁ ଦୁଇ ରାଜ୍ୟ ମଧ୍ୟରେ ୧୯୨୦ ସ୍ପାଇନିସ ଫ୍ଲୁ ସମୟରେ ଯାତାୟାତ ବନ୍ଦ କରାଯାଇଥିଲା। ଭିକ୍ଟୋରିଆର ରାଜଧାନୀ ମେଲବର୍ଣ୍ଣରେ କିଛିଦିନ ହେଲାଣି କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହି କାରଣରୁ ପ୍ରଶାସନ ଶକ୍ତ ସାମାଜିକ ଦୂରତା ନିୟମ ଲାଗୁ କରିଛି। ସେହିପରି ୯ଟି ପବ୍ଲିକ ହାଉସିଂରେ ସଂପୂର୍ଣ୍ଣ ଲକଡାଉନ ଜାରି କରାଯାଇଛି।

The post ସ୍ପାଇନିସ ଫ୍ଲୁ ବେଳେ ଯାହା କରିଥିଲା, ଏବେ ସେମିତି କାମ କଲା ଅଷ୍ଟ୍ରେଲିଆ appeared first on Odisha Reporter.



from Odisha Reporter https://ift.tt/3e49y72

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages