ଟ୍ରମ୍ପଙ୍କ ବିରୋଧୀ ବିଡେନ କହିଲେ ଜିତିଲେ ଭାରତକୁ ପ୍ରଥମେ ଗୁରୁତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 2, 2020

ଟ୍ରମ୍ପଙ୍କ ବିରୋଧୀ ବିଡେନ କହିଲେ ଜିତିଲେ ଭାରତକୁ ପ୍ରଥମେ ଗୁରୁତ୍ୱ

ଓ୍ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ ବାଜିଛି। କରୋନା ମହାମାରୀ ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଜୋ ବିଡେନଙ୍କ ନିର୍ବାଚନୀ ରାଲି ଏବେ ଚର୍ଚ୍ଚାରେ।

ଟ୍ରମ୍ପଙ୍କ ଶାସନରେ ଭାରତ ସହିତ ଆମେରିକାର ସମ୍ପର୍କ ମଜବୁତ ହୋଇଛି ପୂର୍ବ ତୁଳନାରେ। ଯଦି ଟ୍ରମ୍ପଙ୍କ ବଦଳରେ ବିରୋଧୀ ଦଳର ପ୍ରାର୍ଥୀ ବିଡେନ ବିଜୟୀ ହୁଅନ୍ତି ତା’ହେଲେ ମଧ୍ୟ ଭାରତ ସହିତ ଆମେରିକାର ସମ୍ପର୍କ ଖରାପ ହେବନି। କାରଣ ବିଡେନ କହିଛନ୍ତି, ସେ ନିର୍ବାଚନ ଜିତିଲେ ଭାରତକୁ ପ୍ରଥମେ ଗୁରୁତ୍ୱ ଦିଆଯିବ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଶାସନ ବେଳେ ଭାରତ ସହ ସମ୍ପର୍କକୁ ଗୁରୁତ୍ୱ ଦେଉଛନ୍ତି। ବର୍ତ୍ତମାନ ଏହି ପର୍ଯ୍ୟାୟରେ ଟ୍ରମ୍ପଙ୍କ ପ୍ରତିଦ୍ୱନ୍ଦ୍ୱୀ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ତଥା ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନଙ୍କ ନାମ ମଧ୍ୟ ଯୋଡାଯାଇଛି।

ଜୋ ବିଡେନ କହିଛନ୍ତି, ଯଦି ସେ ରାଷ୍ଟ୍ରପତି ନିର୍ବାଚନରେ ​ବିଜୟୀ ହୁଅନ୍ତି ତେବେ ସେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ମଜବୁତ କରିବେ ଏବଂ ଏହା ତାଙ୍କ ପ୍ରଶାସନର ପ୍ରଥମ ପ୍ରାଥମିକତା ହେବ। କେବଳ ଏତିକି ନୁହେଁ, ବିଡେନ ଭାରତକୁ ଆମେରିକାର ପ୍ରାକୃତିକ ଅଂଶୀଦାର ବୋଲି ମଧ୍ୟ କହିଛନ୍ତି।

ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବିଡେନ ଏକ ଭର୍ଚୁଆଲ ରାଲିରେ ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ ବିଷୟରେ ପଚରାଯାଇଥିଲା। ଜବାବରେ ସେ କହିଛନ୍ତି, ଆମର ସୁରକ୍ଷା ପାଇଁ ଭାରତ ଆମର ସୁରକ୍ଷା ପାଇଁ ଭାରତର ଆବଶ୍ୟକତା ରହିଛି।

ସେ କହିଛନ୍ତି ଓବାମା ଏବଂ ବିଡେନ ପ୍ରଶାସନରେ ଭାରତ ସହିତ ସମସ୍କ କ୍ଷେତ୍ରରେ ସମ୍ପର୍କକୁ ଗୁରୁତ୍ୱ ଦେଇଥିଲୁ। ଯାହାର ପ୍ରତିଫଳନ ଏବେ ହେଉଛି। ଯଦି ମୁଁ ରାଷ୍ଟ୍ରପତି ନିର୍ବାଚନରେ ​​ଜିତେ ତେବେ ଏହା ଆମର ପ୍ରାଥମିକତା ହେବ ବୋଲି ବିଡେନ କହିଛନ୍ତି।

The post ଟ୍ରମ୍ପଙ୍କ ବିରୋଧୀ ବିଡେନ କହିଲେ ଜିତିଲେ ଭାରତକୁ ପ୍ରଥମେ ଗୁରୁତ୍ୱ appeared first on Odisha Reporter.



from Odisha Reporter https://ift.tt/3gb2Fm2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages