ଟ୍ୱିଟରରେ ବଢ଼ୁଛି ମୋଦିଙ୍କ ଲୋକପ୍ରିୟତା, ଫଲୋଅର୍ସଙ୍କ ସଂଖ୍ୟା ୬୦ ମିଲିୟନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 19, 2020

ଟ୍ୱିଟରରେ ବଢ଼ୁଛି ମୋଦିଙ୍କ ଲୋକପ୍ରିୟତା, ଫଲୋଅର୍ସଙ୍କ ସଂଖ୍ୟା ୬୦ ମିଲିୟନ

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲୋଗିଂ ସାଇଟ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦି ଆଉ ଏକ ସଫଳତା ହାସଲ କରିଛନ୍ତି। ମୋଦିଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ଏବେ ୬୦ ମିଲିୟନ ଅର୍ଥାତ୍ ୬ କୋଟି ଲୋକ ଫଲୋ କରୁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏବେ ୬୦ ମିଲିୟନ ଫଲୋଅର୍ସ ଅଛନ୍ତି। ତେବେ ମୋଦି ୨୩୫୪ ଜଣଙ୍କୁ ଫଲୋ କରୁଛନ୍ତି। ସାରା ଦୁନିଆର ଲୋକପ୍ରିୟ ତଥା ପ୍ରଭାବଶାଳୀ ନେତା, ଯେଉଁମାନଙ୍କୁ ଟ୍ୱିଟରରେ ସର୍ବାଧିକ ଲୋକ ଫଲୋ କରୁଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ତାଲିକାରେ ରହିଛନ୍ତି। ସେ କେବଳ ଭାରତରେ ନୁହେଁ ସାରା ବିଶ୍ୱର ଲୋକପ୍ରିୟ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଅନ୍ୟତମ।

ଟ୍ୱିଟରରେ ଯୋଗ ଦେଇଥିବା ପ୍ରଥମ ଭାରତୀୟ ନେତା ହେଉଛନ୍ତି ନରେନ୍ଦ୍ର ମୋଦି। ସେ ୨୦୦୯ ମସିହାରେ ଟ୍ୱିଟରରେ ନିଜ ଆକାଉଣ୍ଟ ଖୋଲିଥିଲେ। ସେହି ସମୟରେ ସେ ଶଶି ଥରୁର ମଧ୍ୟ ଟ୍ୱିଟର ବ୍ୟବହାର କରିବା ଆରମ୍ଭ କରିଥିଲେ। ହେଲେ ଟ୍ୱିଟରରେ ଲୋକପ୍ରିୟତା ଦୃଷ୍ଟିରୁ ଥରୁରଙ୍କୁ ବେଶ ପଛରେ ପକାଇ ଦେଇଛନ୍ତି ମୋଦି।

୨୦୧୯ ସେପ୍ଟେମ୍ୱରରେ ମୋଦିଙ୍କ ଫଲୋଅର୍ସ ୫ କୋଟି ହୋଇଗଲେ। ମାତ୍ର ୧୦ ମାସ ମଧ୍ୟରେ ଏବେ ଆଉ ୧ କୋଟି ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ୱିଟରରେ ଫଲୋ କରୁଛନ୍ତି।

ସୂଚନାଯୋଗ୍ୟ, ଟ୍ୱିଟରରେ ସର୍ବାଧିକ ଫଲୋଅର୍ସ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ରହିଛନ୍ତି। ମୋଦିଙ୍କ ତୁଳନାରେ ଦୁଇ ଗୁଣ ଅଧିକ ଲୋକ ଓବାମାଙ୍କୁ ଟ୍ୱିଟରରେ ଫଲୋ କରୁଛନ୍ତି। ବର୍ତ୍ତମାନ ଓବାମାଙ୍କ ଟ୍ୱିଟରରେ ୧୨୦.୭ ମିଲିୟନ୍ ଅର୍ଥାତ୍ ୧୨ କୋଟିରୁ ଉର୍ଦ୍ଧ୍ୱ ଫଲୋଅର୍ସ ରହିଛନ୍ତି।

ଓବାମାଙ୍କ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ସର୍ବାଧିକ ଲୋକପ୍ରିୟତା ରହିଛି। ଟ୍ୱିଟରରେ ତାଙ୍କୁ ୮୩.୭ ମିଲିୟନ ଅର୍ଥାତ ୮ କୋଟି ୩୭ ଲକ୍ଷ ଲୋକ ଫଲୋ କରୁଛନ୍ତି।

The post ଟ୍ୱିଟରରେ ବଢ଼ୁଛି ମୋଦିଙ୍କ ଲୋକପ୍ରିୟତା, ଫଲୋଅର୍ସଙ୍କ ସଂଖ୍ୟା ୬୦ ମିଲିୟନ appeared first on Odisha Reporter.



from Odisha Reporter https://ift.tt/3jm8hMq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages