ଗୋଟିଏ ଥରରେ ଜଳିଲା ୫୦ରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତଦେହ, ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 23, 2020

ଗୋଟିଏ ଥରରେ ଜଳିଲା ୫୦ରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତଦେହ, ଭିଡିଓ ଭାଇରାଲ

ହାଇଦ୍ରାବାଦ: କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଥିବା ମୃତଦେହ ଗୁଡ଼ିକୁ କେମିତି ସମ୍ମାନ ଜଣାଯାଉଛି, ତା’ର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ୫୦ରୁ ଅଧିକ ଲୋକଙ୍କ ମୃତଦେହକୁ ଗୋଟିଏ ସ୍ଥାନରେ ଅନ୍ତିମ ସଂସ୍କାର କରାଯିବା ଘଟଣାର ଭିଡିଓ ସାମ୍ନାକୁ ଆସିଛି।

ହାଇଦ୍ରାବାଦର ଇଏସ୍‌ଆଇ ହସ୍ପିଟାଲର ଶଶ୍ମାନରେ ଏହା ଘଟିଛି। ଏହାକୁ ନେଇ ବିବାଦ ଉପୁଜିବାରୁ ତେଲେଙ୍ଗାନା ମେଡିକାଲ ଏଡୁକେସନ ନିର୍ଦ୍ଦେଶକ ଡା କେ ରମେଶ ରେଡ୍ଡୀ ପରିବହନ ଅଭାବରୁ ଏଭଳି କରାଯାଇଥିବା ସଫେଇ ଦେଇଛନ୍ତି।

କଂଗ୍ରେସ ବିଧାୟକ ସୀଥାକ୍କା ଟ୍ୱିଟ କରି ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ଏକାଧିକ ଶବର ଏକାଠି ଅନ୍ତିମ ସଂସ୍କାର କରାଯାଉଥିବାର ଦୃଶ୍ୟ ରହିଥିଲା। ସେ କହିଥିଲେ ଯେ ଇଏସଆଇ ଶଶ୍ମାନରେ ୩୦ରୁ ଅଧିକ ଶବକୁ ଏକାଠି ଅନ୍ତିମ ସଂସ୍କାର କରାଯାଇଛି। କେସିଆର ନେତୃତ୍ୱାଧୀନ ସରକାର ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟାକୁ ଲୁଚାଇବା ପାଇଁ ଏଭଳି କରିଥିବା ସେ ଅଭିଯୋଗ କରିଥିଲେ।


ସେ କହିଥିଲେ, “ଜୁଲାଇ ୨୧ରେ ସରକାର ରାଜ୍ୟରେ କରୋନା ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି। ହେଲେ କେବଳ ଇଏସ୍‌ଆଇ ଶଶ୍ମାନରେ ୩୦ରୁ ଅଧିକ ମୃତଦେହର ଅନ୍ତିମ ସଂସ୍କାର କରାଯାଇଛି। କରୋନା ଭାଇରସକୁ ମୁକାବିଲା କରିବାରେ ‍ବିଫଳ ହୋଇଥିବା ସରକାର ନିଜର ଭୁଲକୁ ଲୁଚାଇବା ପାଇଁ ଆରମ୍ଭରୁ ଆମକୁ ମିଥ୍ୟା ତଥ୍ୟ ଦେଇଚାଲିଛନ୍ତି।”

ଏକାଠି ଏତେ ସଂଖ୍ୟକ ମୃତଦେହକୁ ଅନ୍ତିମ ସଂସ୍କାର କରାଯିବା ଘଟଣାକୁ ତେଲେଙ୍ଗାନା ସ୍ୱାସ୍ଥ୍ୟ ବିଭାଗ ସ୍ୱୀକାର କରିଛି। ହେଲେ ସରକାର କୌଣସି ପ୍ରକାରର କରୋନା ମୃତ୍ୟୁରେ ତ୍ରୁଟିଗତ ତଥ୍ୟ ଦେଉ ନଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଡା ରମେଶ କହିଛନ୍ତି, “୫୦ରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ସଂସ୍କାର କରାଯାଇଛି। ତେବେ ଏମାନେ ସମସ୍ତେ ଗୋଟିଏ ଦିନରେ ପ୍ରାଣ ହରାଇ ନଥିଲେ। ଦୁଇ-ତିନି ମଧ୍ୟରେ ପ୍ରାଣ ହରାଇଥିବା ଲୋକଙ୍କୁ ଏଭଳି ସଂସ୍କାର କରାଯାଇଛି। ମୃତଦେହ ନେବାକୁ ପରିବହନ ବ୍ୟବସ୍ଥାର ଅଭାବ ହେବାରୁ ଏପରି କରାଯାଇଛି।”

The post ଗୋଟିଏ ଥରରେ ଜଳିଲା ୫୦ରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତଦେହ, ଭିଡିଓ ଭାଇରାଲ appeared first on Odisha Reporter.



from Odisha Reporter https://ift.tt/32NLseP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages