ପେଟରେ ଦାନା ନାହିଁ, ତଥାପି ରୋଗିଣା ସ୍ତ୍ରୀକୁ ବୋହି ବାଟ ଚାଲୁଛନ୍ତି ଶମ୍ଭୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 23, 2020

ପେଟରେ ଦାନା ନାହିଁ, ତଥାପି ରୋଗିଣା ସ୍ତ୍ରୀକୁ ବୋହି ବାଟ ଚାଲୁଛନ୍ତି ଶମ୍ଭୁ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପେଟରେ ଦାନା ନାହିଁ, ପାଖରେ ଟଙ୍କା ବି ନାହିଁ। ମାଗି ଯାଚି ଯାହା ମିଳୁଛି ସେଥିରେ ପେଟ ପୂରୁନି। ତଥାପି  ଭୁଲି ନାହାନ୍ତି ପତି ଧର୍ମ । ରୋଗିଣା ପତ୍ନୀକୁ ବୋହି ବାଟ ଚାଲୁଛନ୍ତି ଶମ୍ଭୁ।

କୁହାଯାଏ ସ୍ୱାମୀ, ସ୍ତ୍ରୀ ସମ୍ପର୍କ ୭ ଜନ୍ମର। ଜଣକ ବିନା ଅନ୍ୟ ଜଣଙ୍କର ଅସ୍ତିତ୍ୱ ବୋଲି କିଛି ନାହିଁ। ନିଜ ଶଙ୍ଖା, ସିନ୍ଦୁରକୁ ବଜ୍ର କରିବା ପାଇଁ ସ୍ତ୍ରୀ  ସବୁବେଳେ ଠାକୁରଙ୍କୁ ମୁଣ୍ଡିଆ ମାରୁଥିବା ବେଳେ ସ୍ୱାମୀ ବି ପାଳନ କରିଥାଏ ପତି ଧର୍ମ ।  ଏପରି ଜଣେ ସ୍ୱାମୀ ହେଉଛନ୍ତି ଶମ୍ଭୁ ନାୟକ।

ମହାମାରୀ କରୋନା ସମୟରେ ଯେଉଁଠି ପେଟକୁ ମୁଠେ ଦାନା ମିଳିବା କଷ୍ଟକର ହୋଇପଡ଼ୁଛି, ଏପରି ସମୟରେ ପେଟ ଭୋକ ସହ କାନ୍ଧରେ ରୋଗୀଣା ପତ୍ନୀର ବୋଝ ଧରି ବାଟ ଚାଲୁଛନ୍ତି ଶମ୍ଭୁ। ତଥାପି ପତି ଧର୍ମ ପାଳନରୁ ବିଚ୍ୟୁତ ହେଉ ନାହାନ୍ତି।  ରାତି ପାହିଲେ ରୋଗୀଣା ସ୍ତ୍ରୀ ପେଟକୁ ଦାନା ଯୋଗାଇବା ଚିନ୍ତା। ହେଲେ ମୁଣ୍ଡ ତଳେ ଛାତ ନ ଥିବାରୁ ସ୍ତ୍ରୀକୁ ରାସ୍ତା କଡ଼ରେ ଛାଡ଼ି ଗଲେ ଆହୁରି ଚିନ୍ତା। ତେଣୁ ସ୍ତ୍ରୀକୁ ବୋହି ବୋହି ଭିକ ମାଗୁଛନ୍ତି। ଯାହା ମିଳିଗଲା ଦୁଃଖେକଷ୍ଟେ ଚଳି ଯାଉଛନ୍ତି। ଏପରି ଜୀବନ ବଞ୍ଚୁଛନ୍ତି ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳର ଶମ୍ଭୁ ନାୟକ ଓ ତାଙ୍କ ସ୍ତ୍ରୀ ଦୀପା ନାୟକ।

କୋହଭରା କଣ୍ଠରେ ଶମ୍ଭୁ କହିଛନ୍ତି, ପକ୍ଷାଘାତ କାରଣରୁ ଉପଯୁକ୍ତ ଚିକିତ୍ସା ନ ପାଇ ସ୍ତ୍ରୀଙ୍କ ୨ଟି ଗୋଡ଼ ଅଚଳ ହୋଇଗଲାଣି। ନିଜେ ଚାଲିବାକୁ ଅକ୍ଷମ।  ବିଛଣାରୁ ଉଠିବା କଷ୍ଟକର। ପତ୍ନୀଙ୍କୁ ଭଲ କରିବା ପାଇଁ ସେ ନିଜ ସର୍ବସ୍ୱ ହରାଇ ସାରିଲେଣି। କିଛି ଦିନ ପୂର୍ବେ ପତ୍ନୀଙ୍କୁ ନେଇ କଟକ ବଡ଼ ଡାକ୍ତରଖାନା ଯାଇଥିଲେ। ସେଠାରୁ ମଧ୍ୟ ନିରାଶ ହୋଇ ଫେରି ଆଉ ଘରକୁ ଗଲେ ନାହିଁ।  ବାଲେଶ୍ୱର ଜିଲ୍ଲା ଫକୀରମୋହନ ଗୋଳେଇସ୍ଥିତ ଓଜରବ୍ରିଜ ତଳେ ଆଶ୍ରୟ ନେଇଥିଲେ। ଆଖପାଖ ଅଞ୍ଚଳ ବୁଲି ଭିକ୍ଷା ମାଗି ଚଳୁଛନ୍ତି। ତେବେ ଅଜଣା ଜାଗାରେ ରୋଗିଣା ସ୍ତ୍ରୀକୁ ରାସ୍ତା କଡ଼ରେ ଛାଡ଼ିବାକୁ ସେ ସୁରକ୍ଷିତ ମଣୁ ନାହାନ୍ତି। ତେଣୁ ପତ୍ନୀଙ୍କୁ ବୋହି ବୋହି ନିଜ ପତି ଧର୍ମ ପାଳନ କରୁଛନ୍ତି।

ଅଭାବ, ଅନଟନରେ ଘାଣ୍ଟି ଚକଟି ହେଉଥିବା ଏହି ପତିପତ୍ନୀଙ୍କ ପାଇଁ କିନ୍ତୁ ପ୍ରଶାସନର ଦୃଷ୍ଟି ଆଢ଼ୁଅଳରେ ରହି ଯାଇଛନ୍ତି। ନା ସେମାନଙ୍କ ପାଇଁ ଅଛି କିଛି  ଖାଦ୍ୟ ବ୍ୟବସ୍ଥା, ନା ମେଡିକାଲ ସୁବିଧା।  କରୋନା ପରି ମହାମାରୀ ସମୟରେ ସରକାର ସବୁ ବର୍ଗ ଲୋକଙ୍କ ପାଇଁ ସାହାଯ୍ୟ ଘୋଷଣା କରୁଥିବା ବେଳେ ଏହି ଦମ୍ପତି ସେଥିରୁ ବଞ୍ଚିଯିବା ପରିତାପର ବିଷୟ।

The post ପେଟରେ ଦାନା ନାହିଁ, ତଥାପି ରୋଗିଣା ସ୍ତ୍ରୀକୁ ବୋହି ବାଟ ଚାଲୁଛନ୍ତି ଶମ୍ଭୁ appeared first on Odisha Reporter.



from Odisha Reporter https://ift.tt/2CZCzEc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages