ଆଜି ସୁନାବେଶ; ମହଣ ମହଣ ସୁନାରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 1, 2020

ଆଜି ସୁନାବେଶ; ମହଣ ମହଣ ସୁନାରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି

ପୁରୀ( ଓଡ଼ିଶା ରିପୋର୍ଟର): ଜନ୍ମବେଦୀରେ ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡ଼ିଛନ୍ତି ମହାବାହୁ। ଏବେ ସିଂହଦ୍ୱାର ସମ୍ମୁଖରେ ରହିଛି ତିନି ରଥ । ଆଜି ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନା ଅଳଙ୍କାରରେ ଆଭୁଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି ।

ତେବେ କରୋନା କଟକଣା ଯୋଗୁ ପୁରୀକୁ ଯାଇ ଚର୍ମଚକ୍ଷୁରେ କାଳିଆ ସାଆନ୍ତଙ୍କ ଦର୍ଶନ କରିପାରିବେନି ଭକ୍ତ।  କେବଳ ଟିଭି ମାଧ୍ୟମରେ ଦେଖିବେ ମହାବାହୁଙ୍କ ସୁନା ବେଶ । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସେପଟେ ପୁରୀରେ ଜାରି ହୋଇଥିବା କର୍ଫ୍ୟୁ କୋହଳ କରାଯାଇଛି । ଆଜି ସକାଳ ୫ଟାରୁ ଅପରାହ୍ନ ୩ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି  । ତେବେ ଅପରାହ୍ନ ୩ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ତିନି ରଥରେ ଠାକୁର ଥିବାରୁ ଆଜି ଦିନତମାମ ସିଂହଦ୍ୱାର ସମ୍ମୁଖରେ କର୍ଫ୍ୟୁ ରହିବ ।  ମାର୍କେଟ୍ ଛକରୁ ସିଂହଦ୍ୱାର ଯାଏ କର୍ଫ୍ୟୁ ଲାଗୁ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, କରୋନା  ମହାମାରୀ ଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ବଡ଼ ଦାଣ୍ଡକୁ ଆସି ସାରା ବିଶ୍ୱକୁ ଦର୍ଶନ ଦେଇ ବାହୁଡ଼ିଛନ୍ତି ଚତୁର୍ଦ୍ଧା ମୂରତି।   ଶୃଙ୍ଖଳିତ ବାହୁଡ଼ା ଯାତ୍ରା ଲାଗି ମୁତୟନ ହୋଇଥିଲେ ୭୦ ପ୍ଲାଟୁନ୍ ଫୋର୍ସ । ତା’ସହ ପୁରୀ ସମେତ ରାଜ୍ୟ ତଥା ରାଜ୍ୟ ବାହାରର କୌଣସି ଶ୍ରଦ୍ଧାଳୁ ଯେପରି ଶ୍ରୀକ୍ଷେତ୍ରକୁ ନଆସନ୍ତି, ସେଥିପାଇଁ କର୍ଫ୍ୟୁ ଜାରି କରିବା ସହ ତୁହାକୁ ତୁହା ପଇଁତରା ମାରିଥିଲା ପୁଲିସ। ଘୋଷଯାତ୍ରା ଭଳି ବାହୁଡ଼ା ପାଇଁ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା। ନୀତି ସହ ଜଡ଼ିତ ମାତ୍ର ୧୦ ଜଣ ଲେଖାଏଁ ସେବାୟତ ୩ ରଥରେ ବସିଥିବାବେଳେ ପ୍ରତି ରଥ ଟାଣିଥିଲେ ୫ ଶହ ସେବାୟତ।  ବର୍ତ୍ତମାନ ସୁଦ୍ଧା କୋଭିଡ୍ କଟକଣା ଭିତରେ ସମସ୍ତ ନୀତିକାନ୍ତି ସହ ଶୃଙ୍ଖଳିତ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି।

The post ଆଜି ସୁନାବେଶ; ମହଣ ମହଣ ସୁନାରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି appeared first on Odisha Reporter.



from Odisha Reporter https://ift.tt/38mrdFK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages