ମୁମ୍ବାଇ: ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଜୟା ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଟେଷ୍ଟ ରିପୋର୍ଟ ଆସିଯାଇଛି। ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।
ଅମିତାଭ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ତାଙ୍କର ସମସ୍ତ କର୍ମଚାରୀଙ୍କର କରୋନା ଟେଷ୍ଟ କରାଯାଇଥିଲା। ଜୟା ଓ ଐଶ୍ୱର୍ଯ୍ୟାଙ୍କ ରିପୋର୍ଟ ଆସି ସାରିଥିବା ବେଳେ ଅନ୍ୟମାନଙ୍କ ରିପୋର୍ଟ ଆସି ନାହିଁ।
କରୋନାରେ ଆକ୍ରାନ୍ତ ହେବା ନେଇ ଅଭିଷେକ ବଚ୍ଚନ ନିଜେ ଟ୍ୱିଟ୍ କରି ଜଣାଇଥିଲେ। ସେ ଲେଖିଥିଲେ ଯେ ତାଙ୍କ ବାପାଙ୍କ ଭଳି ସେ ବି ନାନାବତୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇସାରିଛନ୍ତି।
ଶନିବାର ବିଳମ୍ବିତ ରାତିରେ ଅମିତାଭ ବଚ୍ଚନଙ୍କୁ ନାନାବତୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଏହି ୭୭ ବର୍ଷୀୟ ଅଭିନେତା କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ। ତାଙ୍କ ପରିବାର ଲୋକଙ୍କର ବି କରୋନା ଟେଷ୍ଟ୍ କରାଯାଇଥିବା ନେଇ ସେ ସୂଚନା ଦେଇଥିଲେ। ଏହା ସହିତ ଗତ ୧୦ ଦିନରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ସେମାନେ ସମସ୍ତେ କରୋନା ଟେଷ୍ଟ୍ କରାଇ ନେବାକୁ ଅମିତାଭ ଏହି ଟ୍ୱିଟ୍ରେ ଅନୁରୋଧ କରିଥିଲେ।
The post ଆସିଲା ଜୟା ଓ ଐଶ୍ୱର୍ଯ୍ୟାଙ୍କ କରୋନା ଟେଷ୍ଟ ରିପୋର୍ଟ appeared first on Odisha Reporter.
from Odisha Reporter https://ift.tt/2CsCW9U
No comments:
Post a Comment