ରାଜ୍ୟରେ ଆଉ ୧୦୬୮ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 28, 2020

ରାଜ୍ୟରେ ଆଉ ୧୦୬୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୮  ଜିଲ୍ଲାରୁ ୧୦୬୮  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨  ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୦୬ଟି ଲୋକାଲ୍ କେସ୍। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୮,୦୬୦ ସୁସ୍ଥ ହୋଇସାରିଥିବା ବେଳେ ୧୦,୯୨୦ ଚିକିତ୍ସାଧୀନ ଅଛନ୍ତି।

ନୂଆ ୧୦୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୫ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଖୋର୍ଦ୍ଧାର ୧୯୪ ଜଣ ଅଛନ୍ତି। ସେହିଭଳି ସୁନ୍ଦରଗଡ଼ରୁ ୧୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


ଅନୁଗୋଳରୁ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୯, ବରଗଡ଼ରୁ ୫, ଭଦ୍ରକରୁ ୪, ବଲାଙ୍ଗିରରୁ ୨୬, କଟକରୁ ୬୧, ଦେବଗଡ଼ରୁ ୨, ଢେଙ୍କାନାଳରୁ ୧, ଗଜପତିରୁ ୮୮, ଜଗତସିଂହପୁରରୁ ୩, ଯାଜପୁରରୁ ୧୨, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୧୯, କନ୍ଧମାଳରୁ ୧୧, କେନ୍ଦ୍ରାପଡ଼ାରୁ ୮, କୋରାପୁଟରୁ ୬୬, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୦, ନବରଙ୍ଗପୁରରୁ ୨୬, ନୟାଗଡ଼ରୁ ୨୯, ନୂଆପଡ଼ାରୁ ୧୧, ପୁରୀରୁ ୧୬, ରାୟଗଡ଼ାରୁ ୨୪, ସମ୍ବଲପୁରରୁ ୨୧ ଓ ସୋନପୁରରୁ ୨ ଜଣ ଚିହ୍ନଟ ହୋଇଛନ୍ତି।

The post ରାଜ୍ୟରେ ଆଉ ୧୦୬୮ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/2P8gENK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages