୨୬ ବର୍ଷ ପରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ମହାପ୍ରଭୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 28, 2020

୨୬ ବର୍ଷ ପରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୬ ବର୍ଷ ପରେ ଚଳିତ ବର୍ଷ ପଡ଼ୁଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଆସନ୍ତା ନଭେମ୍ବର ୨୭ରେ  ଏହି ଦୁର୍ଲଭ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଏହି ବେଶରେ ମହାପ୍ରଭୁଙ୍କୁ ଆଖି ପୂରାଇ ଦେଖିବାକୁ ଶ୍ରଦ୍ଧାଳୁ ବେଶ ଆଗ୍ରହର ସହ ଅପେକ୍ଷା କରିଛି। କିନ୍ତୁ ମଝିରେ ପାଚେରି ହୋଇ ଛିଡ଼ା ହୋଇଛି କରୋନା।

ଚଳିତ ବର୍ଷ ମହାମାରୀ କରୋନା କୋପ ଦିନକୁ ଦିନ ବଢ଼ୁଥିବାରୁ ବିନା ଭକ୍ତରେ ବଡ଼ଦାଣ୍ଡରେ ଗଡ଼ିଥିଲା ରଥ। ସେହିପରି କରୋନା ସ୍ଥିତିରେ ସୁଧାର ଆସି ନ ଥିଲେ ନାଗାର୍ଜୁନ ବେଶ ମଧ୍ୟ ବିନା ଭକ୍ତରେ ହୋଇପାରେ । ସେ ସମୟର ସ୍ଥିତିକୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି  ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି ।

ଚଳିତ ବର୍ଷ କାର୍ତ୍ତିକ ମାସରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ । ୨୬ ବର୍ଷ ପରେ ଏହି ବେଶ ପଡୁଥିବାରୁ ସାଧାରଣ ଲୋକ ଓ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରି ରହିଛି।  ଲୋକମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦେଖିବାକୁ ବେଶ ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି । ୧୯୯୪ ମସିହାରେ ଶେଷ ଥର ପାଇଁ ଏହି ବେଶ ଅନୁଷ୍ଠିତ ହୋଇଥିଲା । ସେତେବେଳେ ବ୍ୟବସ୍ଥାଗତ ତ୍ରୁଟି ପରିଲକ୍ଷିତ ହୋଇଥିଲା ।

କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା। ତେଣୁ ନାଗାର୍ଜୁନ ବେଶ ସମୟରେ ମଧ୍ୟ ଭକ୍ତଙ୍କ ସମାଗମକୁ ଅନୁମତି ମିଳିବ କି ନାହିଁ ତାହା ଅନ୍ଧାରରେ ରହିଛି। ନଭେମ୍ବର ମାସରେ କରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ।

The post ୨୬ ବର୍ଷ ପରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ମହାପ୍ରଭୁ appeared first on Odisha Reporter.



from Odisha Reporter https://ift.tt/39Dm1OM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages