ବିରିୟାନୀ ଖାଇବାକୁ ନେଇ ତୁମୁଳକାଣ୍ଡ; ୬ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 30, 2020

ବିରିୟାନୀ ଖାଇବାକୁ ନେଇ ତୁମୁଳକାଣ୍ଡ; ୬ ଗୁରୁତର

ଭଦ୍ରକ (ପାର୍ଥ ସାରଥୀ ନାୟକ): ବିରିୟାନୀ ଖାଇବାକୁ କେନ୍ଦ୍ର କରି ଘଟିଛି ତୁମୁଳ କାଣ୍ଡ। ଦୁଇ ପକ୍ଷ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷର ୬ ଜଣ ଗୁରୁତର ହୋଇଥିବା ବେଳେ ୫ଟି ବାଇକ୍ ମଧ୍ୟ‌ ଭାଙ୍ଗିଛି। ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ଗ୍ରାମରେ ଘଟିଛି ଏହି ଘଟଣା।

ଏହି ଗାଁରେ ଏକ ଉଠା ଦୋକାନରେ ବିରିୟାନୀ ବିକ୍ରି ହୁଏ। ଗତକାଲି ସେଠାକୁ କେତେକ ଯୁବକ ପହଞ୍ଚି ବିରିୟାନୀ ବାସି ହୋଇଯାଇଥିବା  ଅଭିଯୋଗ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ପରେ ଘଟଣାର ସମଧାନ ପାଇଁ ବୈଠକ ବସିଥିଲା। ତେବେ ସେଠାରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା।

ଉଭୟ ପକ୍ଷ ଯୁବକ ପରସ୍ପରକୁ ଟେକା ପଥର ଫିଙ୍ଗିବା ସହିତ ବାଡ଼ିରେ ପିଟା ପିଟି ହୋଇଥିଲେ। ଏଥିରେ ଉଭୟ ପକ୍ଷଙ୍କ ଘରଦ୍ୱାର ଭାଙ୍ଗିବା ସହ ୫ଟି ବାଇକ୍‌ ଭାଙ୍ଗିରୁଜି ଯାଇଛି। ବାଡ଼ି ଓ ଟେକାପଥରରେ ଆକ୍ରମଣ ଯୋଗୁଁ ଉଭୟ ପକ୍ଷର ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।

କେବଳ ବିରିୟାନୀ ଖାଇବାକୁ ନେଇ ଏପରି କାଣ୍ଡ ଘଟିଲା ନା ଉଭୟ ପକ୍ଷ ମଧ୍ୟରେ ପୂର୍ବ ଶତ୍ରୁତା ଥିଲା, ସେ ସମ୍ପର୍କରେ ଧୂଷୁରୀ ପୁଲିସ୍ ତଦନ୍ତ କରୁଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ। କରୋନା ସମୟରେ ଏଭଳି ଘଟଣା ଘଟିବାକୁ ନେଇ ଧୂଷୁରୀ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଛି।

The post ବିରିୟାନୀ ଖାଇବାକୁ ନେଇ ତୁମୁଳକାଣ୍ଡ; ୬ ଗୁରୁତର appeared first on Odisha Reporter.



from Odisha Reporter https://ift.tt/3jSpUEd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages