ବଢ଼ୁଛି ଲୋକାଲ କେସ୍‌; କାଲିଠୁ ଏହି ଜିଲ୍ଲା ଶଟଡାଉନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 30, 2020

ବଢ଼ୁଛି ଲୋକାଲ କେସ୍‌; କାଲିଠୁ ଏହି ଜିଲ୍ଲା ଶଟଡାଉନ୍‌

ଭଦ୍ରକ(ପାର୍ଥ ସାରଥୀ ନାୟକ):  କରୋନା ସଂକ୍ରମଣ ରୋକିବା ପାଇଁ ସମଗ୍ର ଭଦ୍ରକ ଜିଲ୍ଲାକୁ ଆସନ୍ତା କାଲିଠୁ ୨ ଦିନ ପାଇଁ ସମ୍ପୂର୍ଣ୍ଣ ଶଟଡାଉନ୍‌ ଘୋଷଣା କରାଯାଇଛି ।  ଅଗଷ୍ଟ ୧ ତାରିଖ ସକାଳ ୫ଟାରୁ ୩ ତାରିଖ ସକାଳ ୫ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

ଜୁଲାଇ ମାସରେ ଜିଲ୍ଲାରେ କେବଳ ଶନିବାରକୁ  ଶଟଡାଉନ୍‌ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ। ପରେ  ଶନିବାର ଓ ରବିବାରକୁ ଶଟଡାଉନ୍‌ ଘୋଷଣା କରାଗଲା । ତେବେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ମଧ୍ୟରେ ଲୋକାଲ କେସ୍‌ ବଢ଼ୁଥିବାରୁ ତାହା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସାନିଟାଇଜେସନ ସହ ସର୍ଭିଲାନ୍ସ ପାଇଁ ସମ୍ପୂର୍ଣ ଜିଲ୍ଲାକୁ ୨ ଦିନ ଶଟଡାଉନ୍ ଘୋଷଣା କରାଯାଇଛି ।

ଅଗଷ୍ଟ ମାସ ୧ ତାରିଖ ଓ ୨ ତାରିଖ ଜିଲ୍ଲା ସମ୍ପୂର୍ଣ ଶଟଡାଉନ୍ ରହିବ ।  ଏହି ସମୟସୀମା ମଧ୍ୟରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ କେତେକ ନିର୍ଦ୍ଧିଷ୍ଟ ସେବାକୁ କେବଳ ଅନୁମତି ମିଳିଛି । ଏହି ସମୟ ମଧ୍ୟ ଏନ୍‌ଫୋର୍ସମେଣ୍ଟକୁ ମଧ୍ୟ ଜୋରଦାର କରାଯିବ । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦୫ରେ ପହଞ୍ଚିଥିବା ବେଳେ ୪୭୪ ଜଣ ସୁସ୍ଥ ହୋଇ ସାରିଲେଣି। ୧୨୫ ଜଣ ଚିକିତ୍ସିତ ହେଉଥିବା ବେଳେ ୨ ଜଣ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜି ସାରିଲେଣି।

The post ବଢ଼ୁଛି ଲୋକାଲ କେସ୍‌; କାଲିଠୁ ଏହି ଜିଲ୍ଲା ଶଟଡାଉନ୍‌ appeared first on Odisha Reporter.



from Odisha Reporter https://ift.tt/3hMe7Fo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages