ଟିଟିଲାଗଡ଼ (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଚୋରମରା ଗାଁ ନିକଟ ପାହାଡ଼ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଲେ ଚୋରମରା ଗାଁର ଗର୍ଜନ ରଣା। ସେ ଚଣା ବ୍ୟବସାୟ କରି ଚଳୁଥିଲେ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ସକାଳେ ଗର୍ଜନ ଚଣା ବିକ୍ରି କରିବାକୁ ଯାଇଥିଲେ। ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ତେବେ ଗତକାଲି ସଂଧ୍ୟାରେ ଗ୍ରାମବାସୀ ନଦୀପଠାକୁ ଶୌଚଲାଗି ଯାଇଥିବାବେଳେ ପାହାଡ଼ ତଳେ ଗର୍ଜନଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ଗତ ୧୨ ବର୍ଷ ଧରି ଜମି ବିବାଦକୁ ନେଇ କୋର୍ଟରେ ମକଦ୍ଦମା ଚାଲିଛି। ଏହାକୁ ନେଇ ଗର୍ଜନଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।
The post ଗର୍ଜନଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ appeared first on Odisha Reporter.
from Odisha Reporter https://ift.tt/3iotk0D
No comments:
Post a Comment