ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 2, 2020

ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଅଧରପଣା ନୀତି। ତିନି ରଥ ଉପରେ ବିରାଜମାନ କରିଥିବା ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ବିଗ୍ରହ ସାମ୍ନାରେ ଏହି ନୀତି ସମ୍ପନ୍ନ ହେବ। ମଧ୍ୟାହ୍ନ ଧୂପ ପରେ ଅଧରପଣା ନୀତି ଅନୁଷ୍ଠିତ ହେବ।

ତିନି ଠାକୁରଙ୍କ ଅଧର ବା ଓଠ ଉଚ୍ଚର କୁମ୍ବ ଆକୃତିର ୯ଟି ମାଟି ପାତ୍ରରେ ଦିବ୍ୟ ପଣା ପ୍ରସ୍ତୁତ କରାଯାଇ ଏହାକୁ ପଞ୍ଚ ଉପଚାରରେ ପୂଜା କରାଯାଇଥାଏ। କ୍ଷୀର, ସର, ଛେନା, କଦଳୀ ସହ ଅନ୍ୟ ସୁବାସିତ ଦ୍ରବ୍ୟରେ ପ୍ରସ୍ତୁତ ପଣା ଲାଗି ସମସ୍ତ ସାମଗ୍ରୀ ଓଡ଼ିଆ ମଠ, ରାଘବ ଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥାଏ। ପରେ ଏହି ପଣାହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଏ।

ଶ୍ରୀଜିଉଙ୍କ ଘୋଷଯାତ୍ରା ବେଳେ ରଥରେ ରହୁଥିବା ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡି -ଚାମଣ୍ଡା ଓ ଅଶରୀରୀଙ୍କ ଉଦ୍ଦେଶ୍ୟର ଏହି ପଣା ପ୍ରସ୍ତୁତ କରାଯିବାର ପରମ୍ପରା ରହିଛି। ଆଜିର ଏହି ନୀତି ପରେ ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବ ଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

The post ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି appeared first on Odisha Reporter.



from Odisha Reporter https://ift.tt/31BrVxP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages