ମୁହଁରେ ବାନ୍ଧିଛନ୍ତି ସୁନାର ମାସ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 3, 2020

ମୁହଁରେ ବାନ୍ଧିଛନ୍ତି ସୁନାର ମାସ୍କ

ମୁମ୍ୱାଇ: କରୋନା ମହାମାରୀ ପାଇଁ ଏବେ ସମସ୍ତେ ମାସ୍କ ଲଗାଇବା ଜରୁରୀ। ଯିଏ ନ ପିନ୍ଧିବେ ସିଏ ଧରାପଡ଼ିଲେ ଜୋରିମାନା ଗଣିବେ। ଏବେ ଲୋକମାନେ ରୁମାଲ ଭଳି ମାସ୍କକୁ ମଧ୍ୟ ବ୍ୟବହାର କରୁଛନ୍ତି। ବଜାରରେ ଭଳିକି ଭଳି ମାସ୍କ ମଧ୍ୟ ବିକ୍ରି ହେଉଛି। ଏ ସବୁର ଦାମ୍ ୧୦ ଟଙ୍କାର ଆରମ୍ଭ ହେଉଛି। କିଛି କପଡାରେ ତିଆରି ହୋଇଛି, ଆଉ କିଛି କପଡା ସହିତ ଅନ୍ୟାନ୍ୟ ଜିନିଷରେ ମିଶି ତିଆରି ହୋଇଛି।

ଏବେ କିନ୍ତୁ ମହାରାଷ୍ଟ୍ରର ପୁଣେ ଜିଲ୍ଲାର ପିଂପରୀ ଚିଞ୍ଚଓ୍ୱାଡା ନିବାସୀ ଶଙ୍କର କୁରାଡେ ଏକ ମାସ୍କ କିଣି ପିନ୍ଧିଛନ୍ତି। ଯାହାର ଦାମ ୨.୮୯ ଲକ୍ଷ। ଏହା ସୁନାରେ ତିଆରି ହୋଇଛି।

ଶଙ୍କର କହିଛନ୍ତି, ଏହା ଏକ ପତଳା ମାସ୍କ। ଏଥିରେ ଅନେକ ଛୋଟ ଛୋଟ କଣା ରହିଛି। ତେଣୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ହେବ ନାହିଁ। ତେବେ ଏହା କରୋନା ମୁକାବିଲାରେ କେତେ ସହାୟକ ହେବ ସେ ଜାଣିନଥିବା କହିଛନ୍ତି।

The post ମୁହଁରେ ବାନ୍ଧିଛନ୍ତି ସୁନାର ମାସ୍କ appeared first on Odisha Reporter.



from Odisha Reporter https://ift.tt/3inOJHj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages