ସମ୍ବଲପୁର(ଓଡ଼ିଶା ରିପୋର୍ଟର): କରୋନାରେ ଆକ୍ରାନ୍ତ ହୋଇ ଭିସୁଟର ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ୱାମୀଙ୍କର ମୃତ୍ୟୁ ହେବା ପରେ ଆସନ୍ତା ୧୧ ତାରିଖ ଭିସୁଟ୍କୁ ବନ୍ଦ କରି ଦିଆଯାଇଛି । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଏହାକୁ ବନ୍ଦ କରାଯିବା ସହ ସମସ୍ତ କର୍ମଚାରୀଙ୍କୁ ହେଡ କ୍ୱାଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି କର୍ତ୍ତୃପକ୍ଷ। ନିୟମ ଉଲ୍ଲଙ୍ଘନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଚେତାବନୀ ଦିଆଯାଇଛି। ହେଡ କ୍ୱାଟର ବାହାରେ ଥିବା କର୍ମଚାରୀ ଫେରିଲେ ସେମାନେ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବା ବାଧ୍ୟତାମୂଳକ ବୋଲି କୁହାଯାଇଛି।
ଉଲ୍ଲେଖଯୋଗ୍ୟଯେ, କରୋନାରେ ଆକ୍ରାନ୍ତ ହୋଇ ଅନୁଗୋଳସ୍ଥିତ ନାଲକୋର ଜଣେ ବରିଷ୍ଠ ଅଧିକାରୀ କିଛି ଦିନ ପୂର୍ବେ ପ୍ରାଣ ହରାଇଥିଲେ। ଉକ୍ତ ଅଧିକାରୀଙ୍କ ପତ୍ନୀ ଭିସୁଟରେ ଆସିଷ୍ଟାଣ୍ଟ ପ୍ରଫେସର ଥିବାରୁ ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ ସେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ। ସ୍ୱାବ ରିପୋର୍ଟରୁ ପଜିଟିଭ ଆସିବା ପରେ ତାଙ୍କୁ ତାଳଚେର କୋଭିଡ଼-19 ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହାପରେ ସମ୍ପୃକ୍ତ ଅଧ୍ୟାପିକାଙ୍କ ସ୍ୱାବ ପରୀକ୍ଷା ପାଇଁ ଯାଇଥିବା ବେଳେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଥିଲା। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆସନ୍ତା ୧୧ ତାରିଖ ଯାଏ ଭିସୁଟ୍କୁ ବନ୍ଦ କରି ଦିଆଯାଇଛି।
The post ୧୧ ଯାଏ ଭିସୁଟ ବନ୍ଦ appeared first on Odisha Reporter.
from Odisha Reporter https://ift.tt/2ZC6MRu
No comments:
Post a Comment