ରଣବୀରଙ୍କ ଜନ୍ମଦିନରେ ଫ୍ୟାନ୍ ବାଣ୍ଟିଲେ କମ୍ପ୍ୟୁଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 5, 2020

ରଣବୀରଙ୍କ ଜନ୍ମଦିନରେ ଫ୍ୟାନ୍ ବାଣ୍ଟିଲେ କମ୍ପ୍ୟୁଟର

ମୁମ୍ବାଇ: ଆଜି ହେଉଛି ବଲିଉଡ୍‌ର ମୋଷ୍ଟ ଭର୍ସାଟାଇଲ୍ ଆକ୍ଟର ରଣବୀର ସିଂହଙ୍କର ଜନ୍ମଦିନ। ଆଜି ସେ ନିଜର 35 ତମ ଜନ୍ମଦିନ ପାଳନ କରୁଛନ୍ତି। ରଣବୀର ଖୁବ୍ କମ୍ ସମୟ ମଧ୍ୟରେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି। କହିବାକୁ ଗଲେ ଏବେ ସେ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛନ୍ତି। ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ହୃଦୟ ଜିତୁଛନ୍ତି। ଅନ୍ୟ ଷ୍ଟାରଙ୍କ ପରି ରଣବୀରଙ୍କ ଜନ୍ମଦିନକୁ ମଧ୍ୟ ଫ୍ୟାନ୍‌ମାନେ ବେଶ୍ ଧୁମ୍‌ଧାମ୍‌ରେ ପାଳିଥାନ୍ତି। ବିଶେଷ କରି ତାଙ୍କର ଏକ ଫ୍ୟାନ୍ କ୍ଲବ ଏପରି ଅଛି ଯିଏ ପ୍ରତିବର୍ଷ ଏହି ଦିନରେ ଅଭାବୀ ଲୋକମାନଙ୍କୁ ସାହାଯ୍ୟ କରିଥାନ୍ତି।

ରଣବୀରଙ୍କ ଏହି ଫ୍ୟାନ୍ କ୍ଲବ୍ ଏଥର ଏକ ଏକ ବିଦ୍ୟାଳୟକୁ କମ୍ପ୍ୟୁଟର ଦାନ କରୁଛି, ଯାହାକି ଉଚ୍ଚ ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କ ‍କ୍ଷେତ୍ରରେ ସହାୟକ ହେବ। ଏହି କ୍ଲବ ୨୦୧୫ରୁ ସକ୍ରିୟ ଅଛି ଏବଂ ଏହାର ସଦସ୍ୟମାନେ ନିଜ ପ୍ରିୟ ଷ୍ଟାରଙ୍କ ନାମରେ  ବିଭିନ୍ନ ସ୍ୱେଚ୍ଛାସେବୀ କାର୍ଯ୍ୟ କରିଥାନ୍ତି। ନିକଟରେ ଏମାନେ ‘ରଣବୀର ଗ୍ରାମ ପ୍ରୋଗ୍ରାମ’ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି, ଯେଉଁଥିରେ ଏମାନେ ଇନ୍ଦୋର ମଧ୍ୟପ୍ରଦେଶ ନିକଟସ୍ଥ ସିକନ୍ଦରୀ ଗ୍ରାମରେ କମ୍ପ୍ୟୁଟର ବଣ୍ଟନ କରିବେ। ଏହି କ୍ଲବର ଜଣେ ସଦସ୍ୟଙ୍କ ଅନୁଯାୟୀ ଏଥର ସେମାନେ ସେହି ଗ୍ରାମୀଣ ପିଲାମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି ଯେଉଁମାନେ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବାରୁ ବଞ୍ଚିତ ହେଉଛନ୍ତି।  ସେମାନଙ୍କୁ ବେସିକ୍ କମ୍ପ୍ୟୁଟର ସିଷ୍ଟମ୍ ଏବଂ କିଛି ଇନଡୋର ଗେମ୍ ଯୋଗାଇବାକୁ କ୍ଲବ ଯୋଜନା କରିଛି।

ଏହି କମ୍ପ୍ୟୁଟର ମଧ୍ୟପ୍ରଦେଶ ଇନ୍ଦୋର ଜିଲ୍ଲାସ୍ଥିତ ସିକନ୍ଦରୀ ଗାଁର ଏକ ବିଦ୍ୟାଳୟକୁ ଦିଆଯିବ ଯାହା ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦେଇଥାଏ। ତେବେ ଏହି ଯୋଜନାର ମୋଟ ବଜେଟ୍ ୩୦ ହଜାର ଟଙ୍କା ରହିଛି। ସେଥିମଧ୍ୟରୁ ବେସିକ୍‌ କମ୍ପ୍ୟୁଟର ପାଇଁ ୧୫ ହଜାର ଟଙ୍କା, ବିଦ୍ୟାଳୟର କାନ୍ଥରେ ଚିତ୍ର ଆଙ୍କିବା ପାଇଁ ୧୦ ହଜାର ଟଙ୍କା ଏବଂ ପିଲାମାନଙ୍କୁ ଇନ୍‌ଡୋର୍ ଗେମ୍ ଯୋଗାଇବା ପାଇଁ ପାଞ୍ଚ ହଜାର ଟଙ୍କା ଖର୍ଚ୍ଚ ହେବ।

ଏହି ଫ୍ୟାନ୍‌ କ୍ଲବ୍ ପ୍ରତିବର୍ଷ ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରେ। ଗତ ବର୍ଷ ଏହି ଫ୍ୟାନ୍ କ୍ଲବ୍ ଆକୋଲି ନାମକ ଏକ ଛୋଟ ଗାଁରେ ଲାଇଟ୍ ବ୍ୟବସ୍ଥା କରିଥିଲା। ଏହି ଗାଁର ଗ୍ରାମବାସୀ ବର୍ଷ ବର୍ଷ ଧରି କିରୋସିନି ଲ୍ୟାମ୍ପ ବ୍ୟବହାର କରୁଥିଲେ। ତେବେ କ୍ଲବର ସଦସ୍ୟମାନେ ସେଠାରେ ପାଞ୍ଚଟି ସୋଲାର୍‌ ଷ୍ଟ୍ରିଟ୍ ଲାଇଟ୍ ଏବଂ ପ୍ରତ୍ୟେକ ଘରେ ହାଉସ୍ ଲାଇଟ୍ ଲଗାଇଥିଲେ।

 

The post ରଣବୀରଙ୍କ ଜନ୍ମଦିନରେ ଫ୍ୟାନ୍ ବାଣ୍ଟିଲେ କମ୍ପ୍ୟୁଟର appeared first on Odisha Reporter.



from Odisha Reporter https://ift.tt/31JZgql

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages