ଜିନ୍ଦଲରେ ଠିକା ଶ୍ରମିକଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 9, 2020

ଜିନ୍ଦଲରେ ଠିକା ଶ୍ରମିକଙ୍କ ମୃତ୍ୟୁ

ଅନୁଗୋଳ(ବିରଜା ଦାଶ): ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ JSPL (ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍‌)ରେ କାର୍ଯ୍ୟରତ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ଶ୍ରମିକଙ୍କ ନାଁ ସୁମନ୍ତ ସ୍ୱାଇଁ। ତାଙ୍କ ଘର ଜରାସିଂହାରେ। ସେ ରେଲୱେ ଲଜିଷ୍ଟିକ ପଏଣ୍ଟ ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ।

ସୁମନ୍ତ ଗତ ବୁଧବାର ବିଳମ୍ୱିତ ରାତିରେ ସେ ପ୍ଲାଣ୍ଟ ପରିସରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁମନ୍ତ ଦୁର୍ଘଟଣାରେ ଆହତ ହୋଇଥିବା ନେଇ ଗୁରୁବାର ସକାଳେ ଜିନ୍ଦଲ କର୍ତ୍ତୃପକ୍ଷ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ହେଲେ ସୁମନ୍ତଙ୍କ ମୃତ୍ୟୁ କିପରି ହେଲା ଜିନ୍ଦଲ କର୍ତ୍ତୃପକ୍ଷ ନ ଜଣାଇ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ନେଇ  କୌଣସି ସୂତ୍ରରୁ ଖବର ପାଇ ତାଙ୍କ ପରିବାର ଲୋକେ ତାତି ଉଠିଥିଲେ। ଏହାକୁ ନେଇ ମୃତ ଶ୍ରମିକଙ୍କ ଗାଁ ଲୋକେ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଗାଁକୁ ଆଣିଥିଲେ।

ଏଥିସହ ୬୩ ନମ୍ବର ରାଜ୍ୟ ରାଜପଥ ଅନୁଗୋଳ – ଛେଣ୍ଡିପଦାର ଜରାସିଂହା ନିକଟରେ ରାସ୍ତା ଉପରେ ମୃତଦେହ ରଖି ଆନ୍ଦୋଳନ କରିଥିଲେ। ଏହାସହ ମୃତକଙ୍କ ପରିବାରବର୍ଗକୁ ୩୦ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ଦାବିରେ ଗାଁ ଲୋକେ ଅଡିବସିଥିଲେ। ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରିବା ନିମନ୍ତେ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ମୃତ  ଶ୍ରମିକଙ୍କ ପରିବାର ସହ ଗାଁଲୋକେ ଆନ୍ଦୋଳନରୁ ଓହରିଥିଲେ।

The post ଜିନ୍ଦଲରେ ଠିକା ଶ୍ରମିକଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/2ZP7dIc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages