ଐଶ୍‌ଙ୍କ ଫଟୋ ଦେଖି ରାଗି ଯାଇଥିଲା ବଚ୍ଚନ ପରିବାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 9, 2020

ଐଶ୍‌ଙ୍କ ଫଟୋ ଦେଖି ରାଗି ଯାଇଥିଲା ବଚ୍ଚନ ପରିବାର

ମୁମ୍ବାଇ: ୨୦୧୬ରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଏ ଦିଲ୍ ହେ ମୁସ୍କିଲ୍‌’। ଏଥିରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ରଣବୀର କପୁର ସ୍କ୍ରିନ୍ ଶେଆର କରିଥିଲେ। ଏହି ଫିଲ୍ମର ପ୍ରୋମୋସନ୍ ପାଇଁ ଏକ ଫଟୋ ଶୁଟ୍ କରାଯାଥିଲା, ଯେଉଁଥିଣେ ଐଶ୍ ଓ ରଣବୀରଙ୍କୁ ବୋଲ୍ଡ ଅନ୍ଦାଜରେ ଦେଖିବାକୁ ମିଳିଥିଲା। ମା’ ହେବାର ୪ ବର୍ଷ ପରେ ଐଶ୍‌ଙ୍କ ଏମିତି ଗ୍ଲାମରସ୍ ରୂପ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ବଚ୍ଚନ ପରିବାର ବୋହୂ ଐଶ୍ୱର୍ଯ୍ୟାଙ୍କ ଏହି ଫଟୋ ଶୁଟ୍‌କୁ ସହଜରେ ଗ୍ରହଣ କରିପାରି ନଥିଲା।

‘ଏ ଦିଲ୍ ହେ ମୁସ୍କିଲ୍‌’ରେ ଐଶ୍‌ଙ୍କ ରୋମାଣ୍ଟିକ୍ ସିନ୍‌କୁ ନେଇ ବି ଆପତ୍ତି ଉଠାଇଥିଲା ବଚ୍ଚନ ପରିବାର। ଆଉ ଏହା ପରେ ତାଙ୍କ ବୋଲ୍ଡ ଫଟୋ ସବୁ ସାମ୍ନାକୁ ଆସିଥିଲା। ଏହା ଦେଖି ବଚ୍ଚନ ପରିବାର ଆହୁରି ବିଗିଡ଼ି ଯାଇଥିଲା ବୋଲି ଖବର ଆସିଥିଲା। ବଚ୍ଚନ ପରିବାର କୁଆଡ଼େ ତା’ର ଅସନ୍ତୋଷ ବିଷୟରେ ଖୋଲାଖୋଲି ଐଶ୍‌ଙ୍କ ନିକଟରେ ପ୍ରକାଶ କରିଥିଲା।

ସୂଚନାଯୋଗ୍ୟ, ୨୦୧୦ରେ ‘ଗୁଜାରିଶ୍‌’ ଫିଲ୍ମ ପରେ ଐଶ୍ୱର୍ଯ୍ୟା ଲମ୍ବା ବ୍ରେକ୍ ନେଇଥିଲେ। ୨୦୧୫ରେ ସେ ‘ଜଜ୍‌ବା’ ମାଧ୍ୟମରେ କମ୍‌ବ୍ୟାକ୍‌ କରିଥିଲେ। ଏହପରେ ୨୦୧୬ରେ ତାଙ୍କ ଫିଲ୍ମ ‘ସରବ୍‌ଜିତ୍’ ଓ ‘ଏ ଦିଲ୍‌ ହେ ମୁସ୍କିଲ୍’ ରିଲିଜ୍ ହୋଇଥିଲା। ୨୦୧୮ରେ ତାଙ୍କ ଫିଲ୍ମ ‘ଫନ୍ନେ ଖାନ୍’ ରିଲିଜ୍ ହୋଇଥିଲା।

The post ଐଶ୍‌ଙ୍କ ଫଟୋ ଦେଖି ରାଗି ଯାଇଥିଲା ବଚ୍ଚନ ପରିବାର appeared first on Odisha Reporter.



from Odisha Reporter https://ift.tt/2W3PkEh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages