ରାମ ଲାଲାଙ୍କ ଭବ୍ୟ ମନ୍ଦିର ପାଇଁ ଏକାମ୍ର କ୍ଷେତ୍ରରୁ ଗଲା ମାଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 29, 2020

ରାମ ଲାଲାଙ୍କ ଭବ୍ୟ ମନ୍ଦିର ପାଇଁ ଏକାମ୍ର କ୍ଷେତ୍ରରୁ ଗଲା ମାଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷ ବର୍ଷର ସ୍ୱପ୍ନ ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୫ ତାରିଖରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର‌୍ୟ୍ୟ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସାରା ଦେଶରୁ ପ୍ରତ୍ୟେକ ପ୍ରମୁଖ ଧର୍ମପୀଠ, ତୀର୍ଥସ୍ଥଳ ତଥା ସାଂସ୍କୃତିକ ସ୍ଥଳରୁ ପବିତ୍ର ମାଟି ଓ ଜଳ ସଂଗ୍ରହ କରାଯାଉଛି।

ଏହି କ୍ରମରେ ଆଜି ମନ୍ଦିରମାଳିନୀ ଭୁବନେଶ୍ୱରସ୍ଥ ବିଶ୍ୱ ପ୍ରସିଦ୍ଧ ପବିତ୍ର ଲିଙ୍ଗରାଜ ମନ୍ଦିର ପରିସରରୁ ପବିତ୍ର ମାଟି ଏବଂ ଜଳ ସଂଗ୍ରହ କରାଯାଇ ଅଯୋଧ୍ୟାକୁ ପ୍ରେରିତ କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏହି ପବିତ୍ର କାର‌୍ୟ୍ୟ ସମ୍ପାଦନ କରାଯାଇଛି।

ସୂଚନା ଯେ, ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ସାଂସ୍କୃତିକ ଐତିହ୍ୟକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ଏଭଳି ଏକ ପ୍ରୟାସ ଆରମ୍ଭ କରାଯାଇଛି। ଏଭଳି ପ୍ରୟାସ ପ୍ରକୃତରେ ଦୂରଦୃଷ୍ଟିପୂର୍ଣ୍ଣ ବୋଲି କହିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ସଂଗଠନ ସମ୍ପାଦକ ଶରତ ମହାପାତ୍ର। ଆଜି ଲିଙ୍ଗରାଜ ଧାମରୁ ପବିତ୍ର ଜଳ ଓ ମାଟି ସଂଗ୍ରହ କରିବା କାର‌୍ୟ୍ୟରେ ପଣ୍ଡିତ ନାରାୟଣ ତ୍ରିପାଠୀ, ବିଶେଷ ଚୈତନ୍ୟ ମହାରାଜ, ଚିତ୍ତରଞ୍ଜନ ମହାପାତ୍ର, ସ୍ବର୍ଣ୍ଣେଶ୍ବର ମୁଦୁଲି, ଦୀନବନ୍ଧୁ ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ। ସେବାୟତମାନଙ୍କ ଦ୍ୱାରା ବିଧିପୂର୍ବକ ଭୂମି ପୂଜନ ପରେ ମାଟି ଏବଂ ଜଳ ସଂଗ୍ରହ କରି ଡାକଯୋଗେ ଅଯୋଧ୍ୟା ପଠାଇ ଦିଆଯାଇଛି।

ସୂଚନା ଥାଉ କି, ଅଗଷ୍ଟ ୫ ତାରିଖ ମଧ୍ୟାହ୍ନ ୧୨.୩୦ ବେଳେ ରାମ ଲାଲାଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ଏହାପରେ ବିଧିବଦ୍ଧ ଭାବେ ମନ୍ଦିର ନିର୍ମାଣ କାର‌୍ୟ୍ୟ ଆରମ୍ଭ ହେବ।

The post ରାମ ଲାଲାଙ୍କ ଭବ୍ୟ ମନ୍ଦିର ପାଇଁ ଏକାମ୍ର କ୍ଷେତ୍ରରୁ ଗଲା ମାଟି appeared first on Odisha Reporter.



from Odisha Reporter https://ift.tt/306x9jW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages