‘୪ ସପ୍ତାହରେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ଦିଅ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 29, 2020

‘୪ ସପ୍ତାହରେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ଦିଅ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ତଦନ୍ତ ଜିଆରପି କରୁଥିବା ବେଳେ ଏହାର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ମାଗିଛନ୍ତି NHRC। ପୁଲିସ୍‌ କମିଶନରଙ୍କୁ ଆକ୍ସନ ଟେକେନ ରିପୋର୍ଟ ମାଗିଛନ୍ତି NHRC। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ସହ ଆଦିତ୍ୟଙ୍କ ମୃତ୍ୟୁ ନେଇ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜଣାଇବାକୁ ମଧ୍ୟ ନିର୍ଦ୍ଦେଶନାମାରେ କୁହାଯାଇଛି।

ସୂଚନା ଥାଉ କି, ଗତ ୭ ତାରିଖ ସକାଳେ ସାମାଜିକ କର୍ମୀ ତଥା ମୋଟିଭେସନାଲ ସ୍ପିକର ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତଦେହ ସ୍ଥାନୀୟ ଲିଙ୍ଗରାଜ ରେଳଲାଇନରୁ ଉଦ୍ଧାର କରାଯାଇଥିଲା।  ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରକାର ସସ୍‌ପେନ୍ସ ଲାଗିରହିଥିଲା। ଏହା ପରେ ଜବତ ଡାଏରୀରେ ଲେଖାଥିବା ଆଦିତ୍ୟଙ୍କ ଶେଷ କଥାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ପ୍ରକୃତରେ ସେ ହାତଲେଖା ଆଦିତ୍ୟଙ୍କର କି ନୁହେଁ ଏହା ଜାଣିବାକୁ ଡାଏରୀକୁ ଫରେନ୍ସିକ ଟେଷ୍ଟ ପାଇଁ ପଠାଗଲା। ତେବେ  ମୃତ୍ୟୁ ପୂର୍ବରୁ ଆଦିତ୍ୟ ହିଁ ନିଜେ ଡାଏରୀରେ ଶେଷ  ଥର ଲେଖିଥିବା ଫରେନ୍ସିକ ଟେଷ୍ଟରୁ ସ୍ପଷ୍ଟ ହୋଇଥିଲା।

ଆଦିତ୍ୟ ଉକ୍ତ ଡାଏରୀରେ ନିଜ ବାପା, ମାଆଙ୍କ ପାଇଁ ବାର୍ତ୍ତା ଦେବା ସହ ସ୍ତ୍ରୀଙ୍କୁ ସ୍ନେହ ଜଣାଇଥିଲେ। ଏହାସହ ଆଶ୍ରମ ଜମି ବାବଦର ତଥ୍ୟ ଓ ଟଙ୍କା କାରବାର ନେଇ ସହଯୋଗୀ ପପୁ ଓ ବିକାଶଙ୍କ ଦାୟିତ୍ୱ ବିଷୟରେ ଉଲ୍ଲେଖ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ମଦ ବିରୋଧୀ କାର୍ଯ୍ୟ ତଥା ସରକାରଙ୍କ ସହ ପଙ୍ଗା ନେବାକୁ ହେଲେ ନିଜକୁ ମଜବୁତ୍ କରିବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ। ହେଲେ ଆତ୍ମହତ୍ୟାର କାରଣ ନେଇ ଚିଠିରେ କିଛି ବି ଲେଖି ନ ଥିଲେ ଆଦିତ୍ୟ।

The post ‘୪ ସପ୍ତାହରେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ଦିଅ’ appeared first on Odisha Reporter.



from Odisha Reporter https://ift.tt/30b7CWV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages