ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ତାଙ୍କର ଆଗାମୀ କମେଡି ଫିଲ୍ମ ଭର୍ଜିନ ଭାନୁପ୍ରିୟାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମରେ ତାଙ୍କ ସହିତ ଗୌତମ ଗୁଲାଟି ନଜର ଆସିବେ। ଏବେ ଉର୍ବଶୀ ରୌତେଲାଙ୍କୁ ନେଇ ଏକ ଅପଡେଟ ଖବର ସାମ୍ନାକୁ ଆସିଛି।
କୁହାଯାଉଛି ଯେ ଭର୍ଜିନ ଭାନୁପ୍ରିୟା ଫିଲ୍ମ ପାଇଁ ଉର୍ବଶୀ ତାଙ୍କ ପାରିଶ୍ରମିକ ବଢ଼ାଇ ୭ କୋଟି ଟଙ୍କା କରି ଦେଇଛନ୍ତି। ଏହି ଫିଲ୍ମରେ ଅନ୍ୟ କଳାକାରଙ୍କ ଅପେକ୍ଷା ଉର୍ବଶୀଙ୍କୁ ଅଧିକ ପାରିଶ୍ରମିକ ଦିଆଯାଉଛି।
ମିଡିଆ ରିପୋର୍ଟ ଅନୁସାରେ ଉର୍ବଶୀଙ୍କୁ ଅମିତାଭ ବଚ୍ଚନଙ୍କ ସହିତ ଏକ ଫିଲ୍ମ ଅଫର କରାଯାଇଥିଲା। କିନ୍ତୁ ଡେଟ ନଥିବାରୁ ସେ ଏହି ପ୍ରୋଜେକ୍ଟକୁ କରିପାରିଲେନାହିଁ।
ଫିଲ୍ମ ‘ଭର୍ଜିନ ଭାନୁପ୍ରିୟା’ରେ ଉର୍ବଶୀ ତାଙ୍କ ଚରିତ୍ରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମରେ ତାଙ୍କ ନାମ ଭାନୁପ୍ରିୟା ରଖାଯାଇଛି।
ଏଥିରେ ଉର୍ବଶୀଙ୍କ ସହିତ ଅର୍ଚ୍ଚନା ପୁରନ୍ ସିଂହ, ଡେଲ୍ନାଜ ଇରାନି, ରାଜୀବ ଗୁପ୍ତା ଓ ବୃନ୍ଦେଜ କାଲା ପରି କଳାକାର ରହିଛନ୍ତି। ଅଜୟ ଲୋହାନ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି।
The post ଉର୍ବଶୀ ନେବେ ୭ କୋଟି appeared first on Odisha Reporter.
from Odisha Reporter https://ift.tt/2DzfEji
No comments:
Post a Comment