ନୂଆଦିଲ୍ଲୀ: ନିଖୋଜ ହେବାର ୬ ଦିନ ପରେ ହଲିଉଡ୍ ଅଭିନେତ୍ରୀ ନାୟା ରିବେରାଙ୍କ ମୃତଦେହ କାର୍ଲିଫର୍ଣ୍ଣିଆର ପିରୁ ହ୍ରଦ ନିକଟରୁ ମିଳିଛି।
୮ ଜୁଲାଇରେ ନାୟା ତାଙ୍କ ୪ ବର୍ଷର ପୁଅକୁ ଧରି ସ୍ୱିମିଙ୍ଗ୍ ଓ ବୋଟିଂ କରିବାକୁ ଯାଇ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ବୋଟ୍ରୁ କେବଳ ତାଙ୍କର ୪ ବର୍ଷର ପୁଅକୁ ଉଦ୍ଧାର କରାଯାଇଥିଲା।
୬ ଦିନ ଧରି ପୁଲିସ ଖୋଜାଖୋଜି ପରେ ଆଜି ନାୟାଙ୍କ ମୃତଦେହ ହ୍ରଦ ନିକଟରୁ ଉଦ୍ଧାର କରାଯାଇଛି। ଏହି ମୃତଦେହଟି ନାୟାଙ୍କର ବୋଲି ସ୍ପଷ୍ଟ ହୋଇଛି।
ସୂଚନା ଅନୁସାରେ ନାୟା ହ୍ରଦରେ ବୁଡ଼ି ଯାଇଥିବା ଆଶଙ୍କା କରାଯାଉଥିଲା। ପିରୁ ହ୍ରଦରେ ବୋଟିଂ କରିବା ପାଇଁ ସେ ଏକ ବୋଟ୍ ଭଡ଼ାରେ ନେଇଥିଲେ। ୩ ଘଣ୍ଟା ପାଇଁ ସେ ବୋଟ୍ଟିକୁ ଭଡ଼ାରେ ନେଇଥିଲେ। ତାଙ୍କ ସହିତ ୪ ବର୍ଷର ପୁଅ ରହିଥିଲେ। ବୋଟ୍ଟି ଠିକ୍ ସମୟରେ କୂଳରେ ନଲାଗିବାରୁ କର୍ମଚାରୀଙ୍କର ସନ୍ଦେହ ହୋଇଥିଲା। ପରେ ନାୟାଙ୍କ ପୁଅ ହ୍ରଦ ନିକଟ ବୋଟରେ ଏକୁଟିଆ ଥିବା ଦେଖିବାକୁ ମିଳିଥିଲେ। କିନ୍ତୁ ରିବେରାଙ୍କର କୌଣସି ପତ୍ତା ମିଳି ନଥିଲା।
ଅନ୍ୟପଟେ ଅଧିକାରୀଙ୍କ କହିବା ଅନୁସାରେ ନାୟା ତାଙ୍କ ପୁଅକୁ ଲାଇଫ ଗାର୍ଡ ପିନ୍ଧାଇଥିଲେ। ହେଲେ ନିଜେ ପିନ୍ଧି ନଥିଲେ। ତେଣୁ ସ୍ୱିମିଙ୍ଗ କରୁଥିବା ସମୟରେ ସେ ବୁଡ଼ି ଯାଇଛନ୍ତି। କେବଳ ତାଙ୍କ ପୁଅ ହିଁ କୂଳ ପର୍ଯ୍ୟନ୍ତ ଆସିପାରିଲେ।
ଶେଷଥର ପାଇଁ ଜୁଲାଇ ୭ ତାରିଖରେ ନାୟା ରିବେରା ସୋଶାଲ ମିଡିଆରେ ତାଙ୍କ ପୁଅ ସହିତ ଥିବାର ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ଲେଖିଥିଲା, ‘କେବଳ ଆମେ ଦୁଇଜଣ…’।
ସୂଚନାଯୋଗ୍ୟ, ୨୦୧୪ ରେ ନାୟା ରିବେରା ରିଆନ୍ ଡୋରଜେଙ୍କୁ ବିବାହ କରିଥିଲେ। ୨୦୧୮ରେ ଦୁହେଁ ଅଲଗା ହୋଇଯାଇଥିଲେ।
ମ୍ୟୁଜିକାଲ ସିରିଜ ‘Glee’ ମାଧ୍ୟମରେ ନାୟା ଖୁବ ଲୋକପ୍ରିୟ ହୋଇଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ହଲିଉଡ ସେଲେବ୍ରିଟିମାନେ ଶୋକବ୍ୟକ୍ତ କରିଛନ୍ତି।
The post ୬ ଦିନ ପରେ ମିଳିଲା ଏହି ଅଭିନେତ୍ରୀଙ୍କ ମୃତଦେହ appeared first on Odisha Reporter.
from Odisha Reporter https://ift.tt/3061M7L
No comments:
Post a Comment