ନୂଆଦିଲ୍ଲୀ: ଦେଶରେ କରୋନା ପ୍ରକୋପ ଜାରି ରହିଛି। ପୁଣିଥରେ ୨୪ ଘଣ୍ଟାରେ ପ୍ରାୟ ୪୯ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ପାର କରି ଯାଇଛି। ସେହିପରି ଏବେ ସୁଦ୍ଧା ଦେଶରେ ପ୍ରାୟ ୧୦ ଲକ୍ଷ ଲୋକ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ୪୮,୫୧୩ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫,୩୧,୬୬୯କୁ ବୃଦ୍ଧି ପାଇଛି। ସେହିପରି କରୋନା ଭାଇରସ ଦିନକରେ ଆଉ ୭୬୮ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୪,୧୯୩ ଛୁଇଁଛି।
ମଙ୍ଗଳବାର ରେକର୍ଡ ୩୫,୩୩୯ ଜଣ କରୋନା କବଳରୁ ମୁକ୍ତି ପାଇଛନ୍ତି। ଦେଶରେ ଏଯାଏ ମୋଟ ୯,୮୮,୦୨୯ ଜଣ ସୁସ୍ଥ ହୋଇଛନ୍ତି ଓ ଆକ୍ଟିଭ କେସ ସଂଖ୍ୟା ୫,୦୯,୪୪୭ ରହିଛି। ଦେଶର ଆରୋଗ୍ୟ ହାର ୬୨.୨୪%କୁ ବୃଦ୍ଧି ପାଇଛି।
ଦେଶରେ ଟେଷ୍ଟିଂ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଜୁଲାଇ ୨୮ରେ ମୋଟ ୪,୦୮,୮୫୫ ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଏଯାଏ ଦେଶରେ ୧,୭୭,୪୩,୭୪୦ ନମୁନା ଟେଷ୍ଟ ହେଲାଣି।
The post ଦେଶରେ ୧୫ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ପ୍ରାୟ ୧୦ ଲକ୍ଷ ସୁସ୍ଥ appeared first on Odisha Reporter.
from Odisha Reporter https://ift.tt/2PhZoGh
No comments:
Post a Comment