ମାଜିଷ୍ଟ୍ରେଟଙ୍କୁ କୋର୍ଟ ଭିତରକୁ ଛାଡ଼ିଲାନି ପୁଲିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 16, 2020

ମାଜିଷ୍ଟ୍ରେଟଙ୍କୁ କୋର୍ଟ ଭିତରକୁ ଛାଡ଼ିଲାନି ପୁଲିସ୍

ମାଲକାନିଗିରି(ଜିତେନ୍ଦ୍ର ବେଉରା): କଣ୍ଟେନମେଣ୍ଟ ଜୋନକୁ ନେଇ ବିବାଦ। ଶେଷରେ ମାଜିଷ୍ଟ୍ରେଟଙ୍କୁ କୋର୍ଟ ଭିତରକୁ ଛାଡ଼ିଲାନି ପୁଲିସ୍‌ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରିରେ । କେବଳ ମାଜିଷ୍ଟ୍ରେଟ ନୁହନ୍ତି ସେଠାରେ ଉପସ୍ଥିତ ସମସ୍ତ ଓକିଲଙ୍କୁ ମଧ୍ୟ କୋର୍ଟ ଭିତରକୁ ଯିବା ପାଇଁ ପୁଲିସ୍‌ ଛାଡ଼ି ନ ଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ମାଲକାନିଗିରି କୋର୍ଟ ନିକଟରେ କରୋନା ରୋଗୀ ଚିହ୍ନଟ ହେବା ପରେ କୋର୍ଟ ପରିସରକୁ ୧୫ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌  ଘୋଷଣା କରାଯାଇଥିଲା।  ଗତକାଲି ଏହି କଟକଣା ଅବଧି ଶେଷ ହୋଇଯାଇଥିବା ବେଳେ ଆଜି ପୂର୍ବାହ୍ନ ୧୦ଟାରେ ଜଜ୍‌ ଓ ଓକିଲ କୋର୍ଟ ସମ୍ମୁଖରେ ପହଞ୍ଚିଥିଲେ। ହେଲେ ସେଠାରେ ଉପସ୍ଥିତ ପୁଲିସ୍‌  ସେମାନଙ୍କୁ ଭିତରକୁ ଛାଡ଼ି ନ ଥିଲା।

କଣ୍ଟେନମେଣ୍ଟ ଅବଧି ବଢ଼ିଥିବା ପୁଲିସ୍‌ କହିଥିବା ବେଳେ ଏ ସମ୍ପର୍କୀତ ଚିଠି କିନ୍ତୁ ଦେଖାଇ ପାରି ନ ଥିଲା। ଯାହାକୁ ନେଇ ଓକିଲ, ଜଜ ଓ ପୁଲିସ୍‌ ପ୍ରଶାସନ ମଧ୍ୟରେ ତୁ ତୁ ମେଁ ମେଁ ଲାଗିଥିଲା।

ମଧ୍ୟାହ୍ନ ୧୨ଟା ସମୟରେ ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ ଅବଧି ବଢ଼ିଥିବାର ଚିଠି ଦେଖାଇବା ପରେ ଜଜ୍‌ ଓ ଓକିଲ ଘଟଣାସ୍ଥଳ ଛାଡ଼ି ଯାଇଥିଲେ।  ଜଜ୍‌ ଓ ଓକିଲଙ୍କୁ ୨ ଘଣ୍ଟା ଧରି ବ୍ୟାରିକେଡ ନିକଟରେ ଛିଡ଼ା କରାଇବା ସହ ଚିଠି ଦେଖାଇ ନ ପାରିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

The post ମାଜିଷ୍ଟ୍ରେଟଙ୍କୁ କୋର୍ଟ ଭିତରକୁ ଛାଡ଼ିଲାନି ପୁଲିସ୍ appeared first on Odisha Reporter.



from Odisha Reporter https://ift.tt/30gmv91

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages