ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ jsw ସାଇଟରେ ଏକ କୋଇଲା ଟ୍ରକ ଉପରେ ଟ୍ରେନ୍ ୱାଗନ୍ ମାଡ଼ି ଯାଇଛି। ଫଳରେ ଟ୍ରେନର ବଗି ତଳେ ଟ୍ରକଟି ଚାପି ହୋଇ ରହିଛି। ତେବେ ଟ୍ରକର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ସିଗନାଲ ମ୍ୟାନ ନଥାଇ ଟ୍ରେନଟି ପଛାଉ ଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ରାସ୍ତା ଜାମ୍ ଥିବାରୁ ଅବାଟରେ ଯାଇ ଟ୍ରକଟି ରେଳଲାଇନ ପାର ହେଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ସମ୍ପର୍କରେ ବନ୍ଦର ଟ୍ରାଫିକ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
The post ଟ୍ରକ ଉପରେ ମାଡ଼ିଗଲା ଟ୍ରେନ୍ ୱାଗନ୍ appeared first on Odisha Reporter.
from Odisha Reporter https://ift.tt/32qI1dU
No comments:
Post a Comment