ସୋନପୁର( ରବୀନ୍ଦ୍ର ହୋତା); ସ୍ୱାମୀଙ୍କ ସହ ଝଗଡ଼ା କରି ମହାନଦୀକୁ ଡେଇଁ ପଡ଼ିଥିବା ମହିଳା ଉଦ୍ଧାର ହୋଇଛନ୍ତି। ସୋନପୁର ମହାନଦୀ କୁମ୍ଭାରପଡ଼ା ନିକଟରୁ ସମ୍ପୃକ୍ତ ମହିଳାଙ୍କୁ ୨ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି ।
ସୂଚନା ମୁତାବକ, ଉଲୁଣ୍ଡା ବ୍ଲକ କୁଲିହାକାନୀ ଗାଁର ନିତ୍ୟାନନ୍ଦ ସେଠୀ ଓ ତାଙ୍କ ପତ୍ନୀ ମୀରା ଗତକାଲି ସନ୍ଧ୍ୟା ସମୟରେ ମହାନଦୀ ବ୍ରିଜ୍କୁ ବୁଲିବାକୁ ଯାଇଥିଲେ। ସେଠାରେ କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଅଭିଯୋଗ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ମୀରା ବ୍ରିଜ୍ ଉପରୁ ମହାନଦୀକୁ ଡେଇଁ ପଡ଼ିଥିଲେ।
ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ପତ୍ତା ପାଇପାରି ନ ଥିଲେ। ନଦୀରେ ଭାସି ଭାସି ଯାଉଥିବାବେଳେ ଲଙ୍କେଶ୍ୱର ଘାଟତଳ କୁମ୍ଭାରପଡ଼ାରୁ ଦୁଇ ମତ୍ସ୍ୟଜୀବୀ ରାତି ପ୍ରାୟ ୯ଟା ବେଳକୁ ତାଙ୍କୁ ଉଦ୍ଧାର କରିଥିଲେ। ମହିଳାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି ।
ଉଲ୍ଲେଖଯୋଗ୍ୟ ଯେ, ଗତ ମେ ମାସରେ ମୀରାଙ୍କର ବାହାଘର ହୋଇଥିଲା। ତେବେ କେଉଁ ପରିସ୍ଥିତିରେ ସେ ଭାସିଗଲେ ତାହାର ତଦନ୍ତ ଚାଲିଛି।
The post ମହାନଦୀକୁ ଡେଇଁ ପଡ଼ିଥିଲେ ମହିଳା, ଉଦ୍ଧାର ହେଲେ appeared first on Odisha Reporter.
from Odisha Reporter https://ift.tt/3evVaVA
No comments:
Post a Comment