କଲ୍ୟାଣସିଂହପୁର(ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରସ୍ଥିତ କଲ୍ୟାଣୀ ନଦୀର ଅସ୍ଥାୟୀ ପୋଲ ଭାସି ଯାଇଛି। ଗତକାଲି ରାତି ସାରା ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ପୋଲ ଭାସି ଯାଇଛି। ଫଳରେ ୬ଟି ପଞ୍ଚାୟତ ଏକ ପ୍ରକାର ବିଚ୍ଛିନ୍ନ ହୋଇ ଯାଇଛି। ଏହି ପଞ୍ଚାୟତଗୁଡ଼ିକ ହେଲା-କଲ୍ୟାଣସିଂହପୁର, ପୂଜାରିଗୁଡ଼ା, ସୁନାଖଣ୍ଡି,ପାରସାଲି, ପଲମା ଓ କନ୍ଧକାତିପାଡୁ। ଏହି ପୋଲ ଦେଇ ପ୍ରତିଦିନ ପ୍ରାୟ ୨ ହଜାର ଲୋକ ଯାତାୟାତ କରିଥାନ୍ତି ।
କଲ୍ୟାଣୀ ନଦୀ ଉପରେ ହୋଇଥିବା ସ୍ଥାୟୀ ପୋଲ ୨୦୧୭ ମସିହା ଜୁଲାଇ ୧୬ ତାରିଖରେ ପ୍ରବଳ ବନ୍ୟା ଯୋଗୁ ଭାଙ୍ଗି ଯାଇଥିଲା।ତେଣୁ ପ୍ରଶାସନ ପକ୍ଷରୁ ଏହି ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା। ତେବେ ସ୍ଥାୟୀ ପୋଲ ନିର୍ମାଣ ମନ୍ଥର ଗତିରେ ଚାଲିଥିବାରୁ ଲୋକେ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
The post ଭାସିଗଲା ଅସ୍ଥାୟୀ ପୋଲ; ବିଚ୍ଛିନ୍ନ ହେଲା ୬ ପଞ୍ଚାୟତ appeared first on Odisha Reporter.
from Odisha Reporter https://ift.tt/2CxsEpk
No comments:
Post a Comment