ଜଳେଶ୍ୱର ସହର ଶଟ୍‌ଡାଉନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 19, 2020

ଜଳେଶ୍ୱର ସହର ଶଟ୍‌ଡାଉନ୍‌

ଜଳେଶ୍ୱର( ଅଜିତ ଦାସ): ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ପୌରାଞ୍ଚଳରେ କରୋନା ସଂକ୍ରମିତ ସଂଖ୍ୟା ବଢ଼ୁଥିବାରୁ ଜଳେଶ୍ୱର ସହରକୁ ୮ ଦିନ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ। ଆଜି ସକାଳ ୫ଟାରୁ ୨୭ ତାରିଖ ସକାଳ ୭ଟା ଯାଏ ଏହି ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି ।

ଏହି ସମୟରେ ମେଡିକାଲ, ଓ ଦୁଗ୍ଧ ଯୋଗାଣ କେନ୍ଦ୍ର ଛାଡ଼ି ବାକି ସବୁ ଦୋକାନ ବଜାର ବନ୍ଦ ରହିବ। ଶଟ୍‌ଡାଉନ୍‌ ସମୟରେ ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ କୁହାଯାଇଛି। କେହି ବାହାର ଲୋକ ସହର ଭିତରକୁ ଆସିବାକୁ ବାରଣ କରାଯାଇଥିବା ବେଳେ ସହର ଲୋକଙ୍କୁ ମଧ୍ୟ ବାହାରକୁ ଯିବାକୁ ମନା କରାଯାଇଛି।

ସୂଚନାଯୋଗ୍ୟ, ଜଳେଶ୍ୱର ପୌରାଞ୍ଚଳରେ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୩୭ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୧୧୯୩୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୫୩୮୧ ଜଣ ବିଭିନ୍ନ ହସ୍ପିଟାଲରେ ଚିକତ୍ସାଧୀନ ଅଛନ୍ତି। ରାଜ୍ୟରେ କରୋନାରେ ୯୧ ଜଣଙ୍କର ମୃତ୍ୟୁ ଘଟିଛି।

The post ଜଳେଶ୍ୱର ସହର ଶଟ୍‌ଡାଉନ୍‌ appeared first on Odisha Reporter.



from Odisha Reporter https://ift.tt/3eLRKxS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages