ନୂଆଦିଲ୍ଲୀ: ଦେଶରେ ବେକାବୁ ହେବାରେ ଲାଗିଛି ମହାମାରୀ କରୋନା ଭାଇରସ। ପ୍ରତିଦିନ ଏହି ପ୍ରାଣଘାତୀ ଭାଇରସ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ପ୍ରଥମଥର ପାଇଁ ଗୋଟିଏ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ପାର୍ କରିଛି। ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ପାର କରିଛି।
ଏହାପୂର୍ବରୁ କେବେ ହେଲେ ୨୪ ଘଣ୍ଟାରେ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇ ନଥିଲେ। ଏତେ ସଂଖ୍ୟକ ଆକ୍ରାନ୍ତ ଗୋଟିଏ ଦିନରେ ଚିହ୍ନଟ ହେବା, ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ରେକର୍ଡ ୪୦,୪୨୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧,୧୮,୦୪୩କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ କରୋନା କରୋନା ଭାଇରସ ୬୮୧ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୭ ହଜାର ପାର କରିଛି। ଏଯାଏ ୨୭,୪୯୭ ଜଣ କରୋନା ଯୋଗୁ ପ୍ରାଣ ହରାଇଲେଣି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏବେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୭ ଲକ୍ଷ ପାର କରିଛି। କରୋନା ସହ ସଂଘର୍ଷ କରି ୭,୦୦,୦୮୭ ଜଣ ବିଜୟୀ ହୋଇଥିବା ବେଳେ ୩,୯୦,୪୫୯ ଆକ୍ଟିଭ କେସ ରହିଛି।
ମହାରାଷ୍ଟ୍ର ସ୍ଥିତି ସବୁଠାରୁ ଉତ୍କଟ ରହିଛି। ରବିବାର ରାଜ୍ୟରେ ରେକର୍ଡ ୯ ହଜାରରୁ ଅଧିକ ପଜିଟିଭ କେସ୍ ସାମ୍ନାକୁ ଆସିଛି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୧୦,୪୫୫ ଛୁଇଁଛି। ଏମାନଙ୍କ ମଧ୍ୟରୁ ୧୧,୮୪୫ ଜଣ ପ୍ରାଣ ହରାଇଥିବା ବେଳେ ୧,୬୯, ୫୬୯ ଜଣ ସୁସ୍ଥ ହୋଇଛନ୍ତି।
ପ୍ରଭାବିତ ତାଲିକାର ଦ୍ୱିତୀୟ ସ୍ଥାନରେ ତାମିଲନାଡୁ ରହିଛି। ତାମିଲନାଡୁରେ ଏଯାଏ ୧,୭୦, ୬୯୩ ଜଣ ସଂକ୍ରମିତ ହୋଇଥିବା ବେଳେ ୨୪୮୧ ଜଣଙ୍କ ମୃତ୍ୟୁ ଘଟିଛି। ଏଠାରେ ୧୧୭୯୧୫ ଜଣ ସୁସ୍ଥ ହୋଇଛନ୍ତି। ପ୍ରଭାବିତ ତାଲିକାର ତୃତୀୟ ସ୍ଥାନରେ ଥିବା ଦିଲ୍ଲୀରେ ସ୍ଥିତି ସୁଧୁରିବା ଆରମ୍ଭ କରିଛି। ରାଜ୍ୟରେ ୧,୨୨,୭୯୩ ଜଣ ସଂକ୍ରମିତ ହୋଇଥିଲେ ହେଁ ୧୦୩୧୩୪ ଜଣ ସୁସ୍ଥ ହୋଇଛନ୍ତି। ଏଠାରେ କରୋନା ୩୬୨୮ ଜଣଙ୍କ ମୁଣ୍ଡ ନେଇଛି।
The post ଦେଶରେ ବେକାବୁ କରୋନା: ଦିନକରେ ୪୦ ହଜାର ପାର୍, ୬୮୧ ମୃତ appeared first on Odisha Reporter.
from Odisha Reporter https://ift.tt/39ejo5F
No comments:
Post a Comment