ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ତୁମକୁ ଏ ଲାଇନରେ ଆଗକୁ ଯିବାକୁ ହେଲେ, ମୋର ଓ ଡାଇରେକ୍ଟରଙ୍କ ମନ କଥା ବୁଝିବାକୁ ପଡ଼ିବ। ଏହି ଲାଇନକୁ ଆସିଲେ କିଛି କମ୍ପ୍ରମାଇଜ କରିବାକୁ ପଡ଼ିବ। ଏହା ଦ୍ୱାରା ତୁମେ ବହୁ ଉପରକୁ ଯାଇପାରିବ। ବଡ଼ ବଡ଼ ଅଭିନେତା ତୁମକୁ ଚିହ୍ନବେ। ତୁମେ ରାତାରାତି ଷ୍ଟାର ହୋଇଯିବ। ଫିଲ୍ମ ଜଗତରେ ବହୁତ ନାଁ କରିବ।’ ଏପରି କହି ଏକ ରେଡ କାର୍ ଭିତରକୁ ମୋତେ ନେଇଯାଇଥିଲେ। ସେହି ଗାଡ଼ି ଭିତରେ ତିନି ଜଣ ଥିଲେ। ସେଠାରେ ମୋତେ ଟଣାଓଟରା କରିଥିଲେ।
ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ଫିଲ୍ମରେ ସୁଯୋଗ ଦେବାର ଲୋଭ ଦେଖାଇ ତାଙ୍କୁ ଅସଦାଚରଣ କରାଯାଇଥିବା ବେଳେ ଯୁବତୀଜଣକ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିନେତା ପିଣ୍ଟୁ ନନ୍ଦଙ୍କ ସମେତ ୩ ଜଣଙ୍କ ନାଁରେ ସେ ଥାନାରେ ମାମଲା ଦାଏର କରିଛନ୍ତି ।
ପୁଲିସ୍ ଏଫଆଇଆର ଗ୍ରହଣ କରି ଆସନ୍ତା ୧୫ ଦିନ ମଧ୍ୟରେ ନୟାପଲ୍ଲୀ ଥାନାକୁ ଆସି ନିଜ ପକ୍ଷ ରଖିବାକୁ ପିଣ୍ଟୁଙ୍କ ସମେତ ୩ ଜଣଙ୍କୁ ନୋଟିସ ଜାରି କରିଥିବା ସୂଚନା ମିଳିଛି। ପିଣ୍ଟୁ ନନ୍ଦଙ୍କୁ ଉଚିତ ଦଣ୍ଡ ମିଳୁ। ମୋତେ ନ୍ୟାୟ ମିଳୁ ବୋଲି ଯୁବତୀ ଜଣଙ୍କ କହିଛନ୍ତି।
ଯୁବତୀ ଆଣିଥିବା ଅଭିଯୋଗ ଉପରେ ଅଭିନେତା ପିଣ୍ଟୁ ନନ୍ଦ କହିଛନ୍ତି, ମୁଁ ସେ ଯୁବତୀଙ୍କୁ ଚିହ୍ନି ନାହିଁ କି କଥା ହୋଇନାହିଁ। ଯୁବତୀଙ୍କୁ ଜୁନିଅର ଆର୍ଟିଷ୍ଟ ସପ୍ଲାୟର ସୁଟିଂ ସେଟକୁ ଆଣିଥିଲେ। ଆଣିଥିବା ବ୍ୟକ୍ତିଙ୍କ ସହ ଯୁବତୀଙ୍କର ପାଟିତୁଣ୍ଡ ହୋଇଥିବା ଜାଣିବାକୁ ପାଇଥିଲି। ମୁଁ ତାଙ୍କୁ ଆଗରୁ ଦେଖିନାହିଁ କି ତାଙ୍କ ସହ କଥା ହୋଇନାହିଁ।
ସେ ଆହୁରି କହିଛନ୍ତି ଯେ, “୨୫ ବର୍ଷର କ୍ୟାରିୟରରେ ମୋ ବିରୋଧରେ କୌଣସି ଅଭିଯୋଗ ଆସିନାହିଁ । ଯୁବତୀ ଥାନାରେ କାହିଁକି ଅଭିଯୋଗ କଲେ ମୁଁ ଜାଣି ନାହିଁ।”
The post ‘ଆମ ମନ କଥା ବୁଝ, ରାତାରାତି ଷ୍ଟାର ହୋଇଯିବ’ appeared first on Odisha Reporter.
from Odisha Reporter https://ift.tt/2BMoPws
No comments:
Post a Comment