ଭଙ୍ଗା ଯିବନି, ସାଇତା ହୋଇ ରହିବ ଶ୍ରୀଜିଉଙ୍କ ତିନି ରଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 22, 2020

ଭଙ୍ଗା ଯିବନି, ସାଇତା ହୋଇ ରହିବ ଶ୍ରୀଜିଉଙ୍କ ତିନି ରଥ

ପୁରୀ(ମଧୁସୂଦନ ମିଶ୍ର): ଚଳିତ ବର୍ଷ  କରୋନା କଟକଣା ଯୋଗୁ ଭକ୍ତ ଶୂନ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରି ପାରି ନ ଥିଲେ। ରଥ ଛୁଇଁବାର ସୌଭାଗ୍ୟରୁ ମଧ୍ୟ ବଞ୍ଚିତ ହୋଇଥିଲେ। ତେଣୁ ଶ୍ରଦ୍ଧାଳୁଙ୍କୁ ବର୍ଷ ସାରା ରଥ ଦର୍ଶନ କରାଇବା ଲକ୍ଷ୍ୟରେ ଶ୍ରୀଜିଉଙ୍କ ତିନି ରଥ ସାଇତା ହୋଇ ରହିବ। ଚଳିତ ବର୍ଷ ରଥଯାତ୍ରାରେ ବ୍ୟବହୃତ ତିନି ରଥକୁ ଭଙ୍ଗା ନଯାଇ ଏହା ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ସାଇତି ରଖାଯିବାର ବ୍ୟବସ୍ଥା କରାଯାଉଛି।

ଜଗନ୍ନାଥ ବଲ୍ଲଭରେ ସ୍ଥାନ ମାପଚୁପ ପରେ ତିନି ରଥକୁ ଖୋଲାଯିବ। ତେବେ ରଥ ଖଳାରୁ ରଥର ବିଭିନ୍ନ ଅଂଶକୁ ଖୋଲାଯାଇ ଜଗନ୍ନାଥ ବଲ୍ଲଭରେ ପୁଣି କେମିତି ଯୋଡାଯିବ ସେ ନେଇ ବିଶ୍ୱକର୍ମା ମହାରଣା ଓ ଭୋଇ ସେବକଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟି ଆଲୋଚନା କରିଛି। ଛତିଶା ନିଯୋଗ ବୈଠକରେ ମଧ୍ୟ ଏ ନେଇ ଆଲୋଚନା ହୋଇଛି।

ସୂଚନା ଯୋଗ୍ୟ, କରୋନା ଯୋଗୁ ଚଳିତବର୍ଷ ଭକ୍ତଶୂନ୍ୟ ରଥଯାତ୍ରା ହୋଇଥିଲା। କେବଳ ସେବାୟତ ଓ ପୁଲିସ୍‌ କର୍ମଚାରୀଙ୍କ ଉପସ୍ଥିତିରେ ରଥ ଟଣା ସମ୍ପନ୍ନ ହୋଇଥିଲା।

 

The post ଭଙ୍ଗା ଯିବନି, ସାଇତା ହୋଇ ରହିବ ଶ୍ରୀଜିଉଙ୍କ ତିନି ରଥ appeared first on Odisha Reporter.



from Odisha Reporter https://ift.tt/32KzxP5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages