କୋଭିଡ ଯୋଦ୍ଧାଙ୍କୁ ଅସମ୍ମାନ; ମୃତ ଡାକ୍ତରଙ୍କୁ ଗାଁ ମଶାଣି ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 22, 2020

କୋଭିଡ ଯୋଦ୍ଧାଙ୍କୁ ଅସମ୍ମାନ; ମୃତ ଡାକ୍ତରଙ୍କୁ ଗାଁ ମଶାଣି ମନା

ବାଲିଗୁଡ଼ା (ଅଜିତ ନାୟକ): ଯିଏ ବଞ୍ଚିଥିବା ପର୍ଯ୍ୟନ୍ତ ଅନ୍ୟ ଜୀବନ ବଞ୍ଚାଇବାକୁ ପଣ କରିଥିଲା, ସେ ଆଖି ବୁଜିବା ପରେ ଗାଁ ମଶାଣିରେ ମିଳିଲାନି ଜାଗା।  କରୋନାରେ ମୃତ୍ୟୁ ହୋଇଥିବା ଆଶଙ୍କା କରି ଜଣେ ଡାକ୍ତରଙ୍କ ଶେଷ କୃତ୍ୟ ନିଜ ଗାଁ ମଶାଣିରେ କରିବାକୁ ମିଳିଲାନି ଅନୁମତି।  କରୋନା ଯୁଦ୍ଧରେ ଆଗ ଧାଡ଼ିର ଯୋଦ୍ଧା ସାଜିଥିବା ଜଣେ ଡାକ୍ତରଙ୍କ ମୃତ୍ୟୁ ପରେ ଏପରି ଅସମ୍ମାନ ପ୍ରଦର୍ଶନ ଲଜ୍ଜାଜନକ ବିଷୟ। ଯିଏ ନିଜ ଜୀବନକୁ ପାଣି ଛଡ଼ାଇ, ନିଜ ପରିବାରକୁ ପର କରି ଦିନ ରାତି ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ରହୁଥିଲେ,  ମୃତ୍ୟୁ ପରେ  ତାଙ୍କୁ ଏପରି ଅସମ୍ମାନ  ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ।

ଏପରିକି ଶବକୁ ଚାରି କାନ୍ଧ ଦେବା ପାଇଁ ମଧ୍ୟ ଗାଁ ଲୋକେ ବାହାରିଲେ ନାହିଁ। ଗାଁ ଦାଣ୍ଡରେ ୧୨ ଘଣ୍ଟା ଧରି ପଡ଼ି ରହିଲା ଶବ। ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାର ଲୋକେ ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ଯୋଗାଯୋଗ କରିଥିଲେ। ଶେଷରେ ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ପରେ ମୃତ ଡାକ୍ତରଙ୍କ ଶବକୁ ଅନ୍ୟ ଏକ ସ୍ଥାନରେ କବର ଦିଆଯାଇଥିଲା।

ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ଦମାଳିକାପଡି ଅଞ୍ଚଳର ଜଣେ ଡାକ୍ତରଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ଜି .ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ପରେ  ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ହସ୍ପିଟାଲକୁ ନେବା ଲାଗି  ରେଫର କରିଥିଲେ। ହେଲେ  ବାଟରେ ହିଁ ତାଙ୍କ   ମୃତ୍ୟୁ ଘଟିଥିଲା।

ଶବକୁ ନେଇ ପରିବାର ଲୋକେ ଫେରିବା ପରେ ତାଙ୍କୁ ନିଜ ଗାଁ ମଶାଣିରେ ଶବ ସତ୍କାର କରିବାକୁ ଅନୁମତି ମିଳି ନଥିଲା। ଗାଁ ମଶାଣିରେ ଶବ ସତ୍କାର ହେବ ନାହିଁ କହି ଗାଁ ଲୋକେ ବିରୋଧ କରିଥିଲେ। ପରେ ପରିବାର ଲୋକେ ଏ ବିଷୟରେ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ। ସ୍ଥାନୀୟ ପ୍ରଶାସନ ପାଖ ଗାଁ କନବାଗିରି ମଶାଣିକୁ ଶବ ନେଇ ସତ୍କାର କରିବାକୁ ପରାମର୍ଶ ଦେଇଥିଲେ। ସେଠାରେ ମଧ୍ୟ ଗ୍ରାମବାସୀ  କଡ଼ା ବିରୋଧ କରିଥିଲେ। ଶେଷରେ ସ୍ଥାନୀୟ ପ୍ରଶାସନ ଲୋକଙ୍କ ବିରୋଧ ଦେଖି ଦୀର୍ଘ ୧୨ଘଣ୍ଟା ପରେ ଅନ୍ୟ ଏକ ସ୍ଥାନରେ ସମ୍ପୃକ୍ତ ଡାକ୍ତରଙ୍କୁ ସମାଧି ଦିଆଯାଇଥିଲା କରୋନାରେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଗାଁ ଲୋକେ ସନ୍ଦେହ କରିଥିଲେ।

The post କୋଭିଡ ଯୋଦ୍ଧାଙ୍କୁ ଅସମ୍ମାନ; ମୃତ ଡାକ୍ତରଙ୍କୁ ଗାଁ ମଶାଣି ମନା appeared first on Odisha Reporter.



from Odisha Reporter https://ift.tt/39if5q2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages