ପୁରୀ(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ରଥଯାତ୍ରାରେ ବ୍ୟବହୃତ ତିନି ରଥକୁ ଭଙ୍ଗା ଯିବ ନାହିଁ। ତାହାକୁ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ସାଇତି ରଖାଯିବ। ଏଥିନିମନ୍ତେ ଆଜିଠାରୁ ଖୋଲା ଯିବ ତିନି ରଥ ।
ଚଳିତ ବର୍ଷ କରୋନା କଟକଣା ଯୋଗୁ ଭକ୍ତ ଶୂନ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରି ପାରି ନ ଥିଲେ। ରଥ ଛୁଇଁବାର ସୌଭାଗ୍ୟରୁ ମଧ୍ୟ ବଞ୍ଚିତ ହୋଇଥିଲେ। ତେଣୁ ଶ୍ରଦ୍ଧାଳୁଙ୍କୁ ବର୍ଷ ସାରା ରଥ ଦର୍ଶନ କରାଇବା ଲକ୍ଷ୍ୟରେ ଶ୍ରୀଜିଉଙ୍କ ତିନି ରଥ ସାଇତା ହୋଇ ରହିବ।
ଆଜିଠାରୁ ରଥ ଖୋଲାଯିବା ନିମନ୍ତେ ଭୋଇ ସର୍ଦ୍ଦାରଙ୍କୁ ପୂର୍ବରୁ ଚିଠି ଦିଆଯାଇଛି। ରଥ ପୁନଃ ନିର୍ମାଣ ପାଇଁ ଏକ କମିଟି ଗଠନ କରାଯାଇଛି । ଏଥିରେ ଶ୍ରୀମନ୍ଦିର ବୈଷୟିକ କମିଟିର ଇଞ୍ଜିନିୟର, ପରିଚାଳନା କମିଟି ସଦସ୍ୟ, ଉଚ୍ଚଅଧିକାରୀ, ମୁଖ୍ୟ ମହାରଣା, ରୂପକାର, ଭୋଇ ସେବକ ରହିଛନ୍ତି ।
The post ଆଜିଠୁ ଖୋଲା ଯିବ ତିନି ରଥ appeared first on Odisha Reporter.
from Odisha Reporter https://ift.tt/30UvGwh
No comments:
Post a Comment