ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ କାରଣରୁ ୟୁନାଇଟେଡ୍ ଆରବ ଏମିରେଟ୍ସର ବିଭିନ୍ନ ସ୍ଥାନରେ ଫଶିରହିଥିବା ୧୮୯ ଓଡ଼ିଆ ଆଜି ସ୍ୱଦେଶ ଫେରୁଛନ୍ତି। ୟୁଏଇରେ ରହୁଥିବା କିଛି ଓଡ଼ିଆଙ୍କ ଦ୍ୱାରା ଗଠିତ ‘ଓଡ଼ିଆ ସୋସାଇଟି ଅଫ୍ ୟୁଏଇ’ର ପ୍ରୟାସ ଏବଂ ଓଡ଼ିଶା ସରକାର, ଭାରତ ସରକାରଙ୍କ ବେସାମରିକ ଉଡ଼ାଣ ନିର୍ଦ୍ଦେଶାଳୟ ଏବଂ ଦୁବାଇରେ ଅବସ୍ଥାପିତ ଭାରତର ଦୂତାବାସର ଅନୁମତି ପରେ ଏହା ସମ୍ଭବ ହୋଇଥିବା ସୂଚନା ମିଳିଛି। ଆଜି ରାତି ୮.୪୫ରେ ଏହି ବିମାନ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଥିବା ସୂଚନା ମିଳିଛି।
ଏହି ଅଭିଯାନକୁ ସମ୍ଭବପର କରାଇଥିବା ‘ଓଡ଼ିଆ ସୋସାଇଟି ଅଫ୍ ୟୁଏଇ’ ପକ୍ଷରୁ ଡକ୍ଟର ଚନ୍ଦ୍ର ଶେଖର ଖୁଣ୍ଟିଆଙ୍କ ସୂଚନା ଅନୁଯାୟୀ, ଫ୍ଲାଇ ଦୁବାଇ ବିମାନ ୧୮୯ ଜଣ ଯାତ୍ରୀଙ୍କ ସହ ଦୁବାଇ ସମୟ ୩.୧୫ରେ ଉଡ଼ାଣ ଆରମ୍ଭ କରିବ। ଏହା ଭାରତୀୟ ସମୟ ୮.୪୫ରେ ଭୁବନେଶ୍ୱରରେ ଅବତରଣ କରିବ। ଏହାପରେ ‘ୟୁଏଇ ରେସିଡେଣ୍ଟ’ ଓଡ଼ିଆ ‘ଏନ୍ଆରଆଇ’ଙ୍କୁ ନେଇ ୯.୩୦ରେ ଭୁବନେଶ୍ୱରରୁ ଉଡ଼ାଣ ଆରମ୍ଭ କରିବ।
ଡକ୍ଟର ଖୁଣ୍ଟିଆଙ୍କ ସୂଚନା ଅନୁଯାୟୀ ଦୁବାଇ ଭିତ୍ତିକ ବିମାନ ଫ୍ଲାଇ ଦୁବାଇରେ ପ୍ରବାସୀଙ୍କୁ ସ୍ୱଦେଶ ଫେରାଇବାକୁ ଏପରି ଆୟୋଜନ କରାଯାଉଛି। ପୂର୍ବରୁ ଡକ୍ଟର ଖୁଣ୍ଟିଆ ଏବଂ ଅନ୍ୟ କିଛି ଓଡ଼ିଆଙ୍କ ସହଯୋଗରେ ପହିଲି ରଜରେ ହିଁ ବେଶ କିଛି ଓଡ଼ିଆଙ୍କ ସମେତ ୨୧୫ ଭାରତୀୟ ସାରଜାରୁ ସିଧା ଭୁବନେଶ୍ୱର ପହଞ୍ଚିଥିଲେ। ଏୟାର ଆରବିୟା ବିମାନର ପାଇଲଟ୍ ତଥା ଓଡ଼ିଆ ଝିଅ ମଧୁସ୍ମିତା ପଟ୍ଟନାୟକଙ୍କ ‘ଜୟ ଜଗନ୍ନାଥ’ ଧ୍ୱନି ଏବଂ ବିମାନ ଭିତରୁ ଓଡ଼ିଆରେ ଘୋଷଣା ବେଶ ଚର୍ଚ୍ଚାରେ ଥିଲା।
ତେବେ ଚଳିତ ଥର ନୂଆ ଏକ ବ୍ୟବସ୍ଥା କରାଯାଇଛି। ଏଥିରେ ୟୁଏଇ ଭିସା ଥାଇ ମଧ୍ୟ କୋଭିଡ୍-୯ କାରଣରୁ କର୍ମକ୍ଷେତ୍ରକୁ ଯାଇନପାରି ଓଡ଼ିଶାରେ ଫଶି ରହିଥିବା ଓଡ଼ିଆ ଉକ୍ତ ବିମାନରେ ୟୁଏଇ ଫେରିପାରିବେ। ଡକ୍ଟର ଖୁଣ୍ଟିଆ କହିଛନ୍ତି, ଏସବୁ କିଛି ମହାପ୍ରଭୁ ଜଗନ୍ନାଥଙ୍କ ଦୟାରୁ ସମ୍ଭବପର ହୋଇପାରିଛି।
The post #Exclusive ଆଜି ୟୁଏଇରୁ ଫେରୁଛନ୍ତି ୧୮୯ ଓଡ଼ିଆ, ଦୁବାଇରୁ ଭୁବନେଶ୍ୱର ଉଡ଼ିବ ବିମାନ appeared first on Odisha Reporter.
from Odisha Reporter https://ift.tt/3ftcls0
No comments:
Post a Comment