କଲ୍ୟାଣସିଂହପୁର(ମାଉଡି ବାରିକ): ୨ ସୁପରଭାଇଜରଙ୍କୁ ଅପହରଣ କରି ୧୦ ଲକ୍ଷ ଟଙ୍କା ଦାବି କରିଥିବା ଗ୍ୟାଙ୍ଗର ୧୧ ଜଣଙ୍କୁ ଗିରଫ କରିଛି ପୁଲିସ୍। ଅପହୃତ ସୁପରଭାଇଜରଦ୍ୱୟ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ଏହି ଅଭିଯୋଗରେ ଆହରି ୩ ଜଣଙ୍କ ପତ୍ତା ପାଉନି ପୁଲିସ୍। ଏପରି ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ଥାନା ଅଞ୍ଚଳରେ।
ସୂଚନା ଅନୁସାରେ, କାଶୀପୁର ବ୍ଲକର ମାଣ୍ଡିବିଶି ଅଞ୍ଚଳରେ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ସେଠାରେ ଠିକାଦାର ସାରଦା ନାୟକଙ୍କ ଦୁଇ ସୁପରଭାଇଜର ଉପସ୍ଥିତ ଥିଲେ। ଖବର ପାଇ ଗ୍ୟାଙ୍ଗର ୧୧ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ। ସେମାନେ ଉକ୍ତ ୨ ସୁପରଭାଇଜରଙ୍କୁ ୧୦ ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ। ମାତ୍ର ସେମାନେ ଦେବାରେ ଅସମର୍ଥତା ପ୍ରକାଶ କରିବାରୁ ବିଳମ୍ବିତ ରାତିରେ ନିର୍ମାଣ ସ୍ଥାନରୁ ଉକ୍ତ ୨ ସୁପରଭାଇଜରଙ୍କୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଥିଲେ। ଉଭୟଙ୍କୁ ସେମାନେ କଲ୍ୟାଣସିଂହପୁର ଥାନା ସିକରପାଇ ଅଞ୍ଚଳରେ ରଖିଥିଲେ।
ଠିକାଦାର ସାରଦା ନାୟକ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ କଲ୍ୟାଣସିଂହପୁର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲା। ଏହାପରେ ୧୪ ଜଣିଆ ଟିମ୍ରୁ ୧୧ ଜଣଙ୍କୁ ପୁଲିସ୍ ଗିରଫ କରିଛି। ଅପହୃତ ଦୁଇ ସୁପରଭାଇଜରଙ୍କୁ ଉଦ୍ଧାର କରିବା ସହିତ ୫ ଟି ବାଇକ୍ ଜବତ କରିଛି। ଫେରାର ଥିବା ଆଉ ୩ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଆଜି ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।
The post ୧୦ ଲକ୍ଷ ଲାଗି କରିଥିଲେ ଅପହରଣ; ଶେଷରେ ଗିରଫ ହେଲେ ୧୧ ଦୁର୍ବୃତ୍ତ appeared first on Odisha Reporter.
from Odisha Reporter https://ift.tt/3epHfAf
No comments:
Post a Comment