ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର ପଲିଟେକନିକ୍ TMCରୁ ଜଣେ କରୋନା ଆକ୍ରାନ୍ତ ବିଏସ୍ଏଫ୍ ଯବାନ ଫେରାର ହୋଇଯାଇଛନ୍ତି। ଫେରାର ଯବାନଙ୍କ ଘର ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ବୋଲି ସୂଚନା ମିଳିଛି।
ଗତ ୨୪ ତାରିଖରେ ଯବାନଜଣକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ୩୦ ତାରିଖରେ ସୁସ୍ଥ ହେବା ପରେ ମଧ୍ୟ ଯବାନଙ୍କୁ ଛଡ଼ା ନ ଯାଇ ଟିଏମ୍ସିରେ ରଖାଯାଇଥିଲା। ଏହାପରେ ସେ ଘରକୁ ଯିବାକୁ ଛୁଟି ମାଗିବାରୁ ଛୁଟି ମିଳି ନ ଥିଲା। ଏହାପରେ ଯବାନଜଣଙ୍କ ୧୦ ତାରିଖରେ ସେଣ୍ଟରରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି।
ଏନେଇ ବିଏସ୍ଏଫ୍ ପକ୍ଷରୁ ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ଖୋଜାଖୋଜି କରୁଥିଲେ ମଧ୍ୟ ତାଙ୍କ ସନ୍ଧାନ ପାଇପାରି ନାହିଁ।
The post TMCରୁ ବିଏସ୍ଏଫ୍ ଯବାନ ଫେରାର appeared first on Odisha Reporter.
from Odisha Reporter https://ift.tt/2Cmpepb
No comments:
Post a Comment