୨୯ ଅଗଷ୍ଟ, ଶନିବାର: ଯାହା କରିବାର ଅଛି ଶୀଘ୍ର କରନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 28, 2020

୨୯ ଅଗଷ୍ଟ, ଶନିବାର: ଯାହା କରିବାର ଅଛି ଶୀଘ୍ର କରନ୍ତୁ

ମେଷ: ପ୍ରତିଟି କାର୍ଯ୍ୟ ଯୋଜନା ମୁତାବକ ଆଗେଇ ଚାଲିବ। ଆତ୍ମବଳ ବଢ଼ିବ। ସନ୍ତାନମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।

ବୃଷ: ଅପେକ୍ଷା କରନ୍ତୁ, ସକାଳର ଚିନ୍ତା ଅପରାହ୍ଣରେ ଦୂର ହୋଇଯିବ। ବନ୍ଧୁ ସହଯୋଗ କରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରିବାର ସହ ଆଲୋଚନା ସୁଫଳ ପ୍ରଦାନ କରିବ।

ମିଥୁନ: ପୂର୍ବରୁ କରିଥିବା କୌଣସି କାର୍ଯ୍ୟ ଖୁସି ଦେବ। ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ। କାନ,ନାକ ବା ହାଡ଼ରେ ସମସ୍ୟା ଦେଖା ଦେଇପାରେ।

କର୍କଟ: ବିଳମ୍ବରେ ହେଲେ ମଧ୍ୟ ଅର୍ଥନୈତିକ କାରବାରରେ ଲାଭ ପାଇବେ। ପରିବାର ଲୋକଙ୍କ ସହଯୋଗ ମିଳିବ। କୌଣସି ପ୍ରସଙ୍ଗରେ ଆପଣଙ୍କ ଜ୍ଞାନ ଅନ୍ୟମାନଙ୍କୁ ପ୍ରଭାବିତ କରିବ।

ସିଂହ: ପ୍ରତିରୋଧର ସମସ୍ତ ସ୍ୱର ଦବିଯିବ। କାହାର ସାହାଯ୍ୟ ନ ନେଇ ଆଗେଇବାକୁ ଚେଷ୍ଟା କରିବେ। ଆଶା ପୂରଣ ହେବ। ଆର୍ଥିକ ସ୍ୱଚ୍ଛଳତା ଦେଖାଦେବ।

କନ୍ୟା: ଯାହା କରିବାର ଅଛି ଶୀଘ୍ର କରନ୍ତୁ। ନହେଲେ ସଫଳତା ମିଳିବ ନାହିଁ। ଘରକୁ ସଜାଇବାରେ ମନ ଦେବେ। ଆୟ ଓ ବ୍ୟୟ ସମାନ ରହିବ।

ତୁଳା: ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ପୈତୃକ ସଂପତ୍ତିକୁ ନେଇ ଗର୍ବ କରିବେ। ଜୀବନଚର୍ଯ୍ୟା ମନ୍ଦ ହେବ ନାହିଁ।

ବିଛା: ମୋହଗ୍ରସ୍ତ ଦୁନିଆରୁ ନିଜକୁ ବାହାର କରିବେ। ନୂଆ ଆରମ୍ଭ ପାଇଁ ଯୋଜନା କରିବେ। ଆପଣଙ୍କ କଥାବାର୍ତ୍ତା ଅନ୍ୟମାନଙ୍କୁ ପ୍ରଭାବିତ କରିବ।

ଧନୁ: ସବୁ ଦିଗରୁ ସାହାଯ୍ୟ ଓ ସହଯୋଗ ପାଇବେ। ନିଷ୍ଠାର ସହ ସବୁ କିଛି କରିପାରିବେ। ଭୁଲ ବୁଝୁଥିବା ଲୋକଙ୍କ ମନୋଭାବ ବଦଳିଯିବ।

ମକର: ସକାଳ ଯାତ୍ରା ଏତେ ଫଳପ୍ରଦ ହେବ ନାହିଁ। ଅପରାହ୍ଣ ପରେ ପରିବାରରେ କାହାର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ସଫଳ ହେବେ।

କୁମ୍ଭ: ବାକି ଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ସନ୍ଧ୍ୟା ସମୟରେ ଯାତ୍ରା ସମସ୍ୟାଯୁକ୍ତ ହୋଇପାରେ। ଚକ୍ଷୁରେ କିଛି ସମସ୍ୟା ଦେଖା ଦେଇପାରେ।

ମୀନ: ଶତ୍ରୁମାନେ ହଇରାଣ କରିବାକୁ ଯୋଜନା କରିବେ। ଭାଇଭଉଣୀଙ୍କ ସଂପର୍କରେ ଦ୍ୱନ୍ଦ୍ୱ ସୃଷ୍ଟି ହେବ। ପରିଶ୍ରମ ଜନିତ କ୍ଲାନ୍ତି ଦେଖାଦେବ।

The post ୨୯ ଅଗଷ୍ଟ, ଶନିବାର: ଯାହା କରିବାର ଅଛି ଶୀଘ୍ର କରନ୍ତୁ appeared first on Odisha Reporter.



from Odisha Reporter https://ift.tt/31FDUKp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages